STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଈଶ୍ୱର

ଈଶ୍ୱର

1 min
6

ପାଇପାରେନା ଯେବେ ସୂତ୍ର ସମାଧାନ ର 
ସେତିକିବେଳେ ଖୋଜେ ଈଶ୍ୱର 
ବୁଝିପାରେନା ଯେବେ ମନ୍ତ୍ର ଜୀବନର 
ସେତିକିବେଳେ ଖୋଜେ ଈଶ୍ୱର 
ଭେଦିପାରେନା ଯେବେ ରହସ୍ୟ ଜୀଵନ 
ସେତିକିବେଳେ ଖୋଜେ ଈଶ୍ୱର 
ଈଶ୍ୱର ସେ ମୋ ମନକଥା 
ବୁଝିପାରନ୍ତି, ମୁଁ ଵିନ୍ଦୁ ହେଲେ ସେ 
ସିନ୍ଧୁ ଅଥଳ.............
ମୁଁ ଖୋଜେ ମୋ ଅଭ୍ୟନ୍ତର ର ଈଶ୍ୱର 
ମୁଁ ଦେଖେ ସବୁଠି ଈଶ୍ୱର 
ସର୍ବବ୍ୟାପି ସେ ପୁଣି ଅସୀମ ଅନନ୍ତ 
ଭାବଗ୍ରାହୀ ଅନ୍ତର୍ଯ୍ୟାମୀ....
ଭାବକୁ ନିକଟ ଅଭାବକୁ ଦୂର 
ସେ ସଚ୍ଚିଦାନନ୍ଦ......
ସେ ମୋକ୍ଷଦାତା କୃପାସିନ୍ଧୁ 
ସେ ମୋ ଈଶ୍ୱର.........


Rate this content
Log in

Similar oriya poem from Inspirational