STORYMIRROR

Amulya Kumar Nayak

Abstract

3  

Amulya Kumar Nayak

Abstract

ଈର୍ଷା

ଈର୍ଷା

1 min
164


ପାଞ୍ଚମନ ପୁଣି ପଚିଶି ପ୍ରକୃତି

      ସାଥିରେ ରହିଛ ତମେ

କି ଅବା ଯଶ ଲଭୁଛ କୁହତ

      ଈର୍ଷା ଗୋ ସେହି ନାମେ (୧)

କପଟ ପଶାର ପରାଭବ ତମେ

      ଥିଲ ଦୁର୍ଯ୍ଯୋଧନ ପାଶେ

ଶକୁନିକୁ କଳେ କବଳିତ କରି

      କୁରୁବଂଶ କଲ ନାଶେ (୨)

ଭାଇ ଠାରୁ ଭାତୃ ଭାବ ଛଡାଉଛ

      ଗୋଟେ ବାପ ପୁଅ ହୋଇ

ଥରେ ତମେ ଯଦି ବସା ବାନ୍ଧିଦେଲ

     ମନଓ ବିବେକ ବଳି ପଡଇ (୩)

କେତେ କେତେ ବଡ ସଂସାର ଜାଳୁଛ

       ଈର୍ଷା ଗୋ ତୁମେ ଛାଇ

ସ୍ନେହ,ପ୍ରେମ ଗୁଣ ପକାଉଛ ବଳି

       ବାଳି,ସୁଗ୍ରୀବ ପରି ଭାଇ(୪)

ରକତର ନଦୀ ବହିଛ ସେ'ଦିନ

        କହୁଅଛି କାରୁବାକୀ

ରାଜା ଅଶୋକଙ୍କୁ ଚଣ୍ଡାଶୋକ କଲ

        ଧଉଳିସ୍ତୁପ ହିଁ ସାକ୍ଷୀ (୫)

ସତ୍ଯ,ଧର୍ମ,ନ୍ଯାୟ ପାଶେ ତମ ନାହଁ

        ତମ ଚରିତ୍ର ବିଚିତ୍ର

ଅପବାଦ,ଅପଯଶ ଲଭିଥାଏ

        ଯେ ଥାଏ ତୋର ସଂଗତ(୬)

ଜନମ ନେଇଣ ପାର୍ଥୀବ ଶରୀରେ

     (ଜାଣି) ନଥାଏ କିଏ କାହାର

ବେଳ ଦେଖି ତମେ ଆସ ଯେବେ ଧାଇଁ

    (ତା)ଭାବନା ହୁଏ ଆପଣା ପର(୭)

ଚାଲିଗଲେ ଜୀବ ସରିଯାଏ ଭାବ

        ତମେ ହୁଅ ସିନା ଲୀନ

ପ୍ରାଣ କାନ୍ଦୁଥାଏ ପିଣ୍ଡ କାନ୍ଦୁଥାଏ

   (ହେଲେ)ଭଲ ପାଆନ୍ତିନି ଏ ପୃଥ୍ବି ଜନ(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract