ଇଛା ହୁଏ
ଇଛା ହୁଏ
ଭାରି ଇଛା ହୁଏ
ହସିବାକୁ
ଗାରେ ହସ ଧାର ହେବାକୁ
କା ଓଠ ନାଲି କରି
ସେ ଚିହ୍ନା ହେଉ
ବା ଅଚିହ୍ନା
ଦୂର ହେଉ ବା ନିକଟ।
ଭାରି ଇଛା ହୁଏ
ଦୌଡ଼ିବାକୁ
ପୃଥିବୀରୁ ଏମୁଣ୍ଡ ସେମୁଣ୍ଡ
କ୍ଳାନ୍ତ ନହୋଇ
ଛୁଇଁବାକୁ ଦିଗବଳୟ
କୁନି ତାରାଟିକୁ।
ଭାରି ଇଛା ହୁଏ
ଗୋଳି ବାଟି
ପିଇ ଯିବାକୁ ପାଠ
ଡ଼କ୍ଟରେଟ ପାଇବାକୁ
ଏ ବିଶ୍ୱର ସବୁ ୟୁନଭରସିଟିରୁ।
ଭାରି ଇଛାହୁଏ
ସବୁ କ୍ଷମତାକୁ
ହାତ ମୁଠାରେ
ମୁଠାଇବାକୁ
ଧର୍ଷଣ କର୍ଷଣ ଦୁର୍ନୀତି
ମୂଳ ଉପାଡି।
ଇଛାହୁଏ
ପିଇବାକୁ
ସବୁ ଆଖିର ଲୁହ
ସବୁ ଛାତିର କୋହ
ଭରି ଦେଇ ଭରସା, ବିଶ୍ବାସର
ସ୍ୱପ୍ନ।
ଇଛାହୁଏ
ସବୁରି ହୃଦୟେ
କରିବାକୁ ଘର
ସ୍ନେହ ପ୍ରେମର।