STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଇଛା ହୁଏ

ଇଛା ହୁଏ

1 min
428

ଭାରି ଇଛା ହୁଏ

ହସିବାକୁ

ଗାରେ ହସ ଧାର ହେବାକୁ

କା ଓଠ ନାଲି କରି

ସେ ଚିହ୍ନା ହେଉ

ବା ଅଚିହ୍ନା

ଦୂର ହେଉ ବା ନିକଟ।


ଭାରି ଇଛା ହୁଏ

ଦୌଡ଼ିବାକୁ

ପୃଥିବୀରୁ ଏମୁଣ୍ଡ ସେମୁଣ୍ଡ

କ୍ଳାନ୍ତ ନହୋଇ

ଛୁଇଁବାକୁ ଦିଗବଳୟ

କୁନି ତାରାଟିକୁ।


ଭାରି ଇଛା ହୁଏ

ଗୋଳି ବାଟି

ପିଇ ଯିବାକୁ ପାଠ

ଡ଼କ୍ଟରେଟ ପାଇବାକୁ

ଏ ବିଶ୍ୱର ସବୁ ୟୁନଭରସିଟିରୁ।


ଭାରି ଇଛାହୁଏ

ସବୁ କ୍ଷମତାକୁ

ହାତ ମୁଠାରେ

ମୁଠାଇବାକୁ

ଧର୍ଷଣ କର୍ଷଣ ଦୁର୍ନୀତି

ମୂଳ ଉପାଡି।


ଇଛାହୁଏ

ପିଇବାକୁ

ସବୁ ଆଖିର ଲୁହ

ସବୁ ଛାତିର କୋହ

ଭରି ଦେଇ ଭରସା, ବିଶ୍ବାସର

ସ୍ୱପ୍ନ।


ଇଛାହୁଏ

ସବୁରି ହୃଦୟେ

କରିବାକୁ ଘର

ସ୍ନେହ ପ୍ରେମର।



Rate this content
Log in

Similar oriya poem from Inspirational