STORYMIRROR

Satyabati Swain

Romance

3  

Satyabati Swain

Romance

ଇଚ୍ଛା

ଇଚ୍ଛା

1 min
333

ତୁମକୁ ଖୋଜୁଛି ପ୍ରତିକ୍ଷଣ ମୁଁ ଯେ

ତୁମକୁ ଝୁରୁଛି ଚୁପିଚୁପି

ତୁମ ଦେହ ଛାଇ ହୋଇବା ପାଇଁକି

ମନ ମୋ ହେଉଛି କିଛି କିଛି।


ଚଢେଇଟେ ହୋଇ ଇଚ୍ଛା ହୁଏ ମୋର

ଡେଣା ଝାଡ଼ି ଝାଡ଼ି ଉଡିଯିବି

ତୁମେ ଯହିଁ ଅଛ ତୁମେ ସାଥେ ରହି

ଜୀବନର ମଜା ଲୁଟିନେବି।


ଘରଟେ କରିବି ସ୍ନେହ ପ୍ରେମ ଢାଳି

ବିଶ୍ବାସ ଭରସା ସିମେଣ୍ଟରେ

ତୁମ ପାଦେ ପାଦ ଥାପି ମୁଁ ଚାଲିବି

ସଂସାର ନଈର କୂଳେ କୂଳେ।


ମୋ ଘର ହସେଇ ଜହ୍ନଟେ ଉଇଁବ

ଆଲୋକିତ କରି ଜୀବନକୁ

ଦୁଃଖସୁଖ ବାଣ୍ଟି ଆତ୍ମା ଓ ଶରୀର

ଛାଡିବାନି କେବେ କେ କାହାକୁ।


Rate this content
Log in

Similar oriya poem from Romance