STORYMIRROR

Satyabati Swain

Children

3  

Satyabati Swain

Children

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
261


ବେଳେବେଳେ ବୟସର ଚାଦରଟି ଫିଙ୍ଗି ଦେଇ ;

ଅମାନିଆଁ ଚଗଲା ମନ କୁହେ 

ପିଲାଟିଏ ହୋଇଯିବା ପାଇଁ।


ଦୁଷ୍ଟାମୀ କରିବାକୁ ,

କଙ୍କି ପଛେ ଧାଇଁବାକୁ,

ଖେଳି ଖେଳି ହାତ ଗୋଡ଼ ଭାଙ୍ଗିବାକୁ, 

ଆମ୍ବ ଝର, କଇଆଁ ପଣା କରି 

ସାଙ୍ଗ ମେଳେ ଖରାବେଳ କାଟିବାକୁ;

ଦୁଷ୍ଟ ହୋଇ ବାପାଙ୍କ ଆଗେ 

କାନ ମୋଡା ଖାଇବାକୁ।


ମା କୋଳେ ମୁହଁ ଗୁଞ୍ଜି 

ଜହ୍ନ ତାରା ଗଣିବାକୁ

ତଳେ ଗଡି ଅଝଟ ହେବାକୁ

ଭାଇ ଭଉଣୀ ସାଥେ 

ମାଡ଼ ଗୋଳ ହେବାକୁ

କାଗଜ ଡ଼ଙ୍ଗାରେ ପିଲା ମନ ସ୍ୱପ୍ନ 

ନଦି ଭସେଇ ଦେବାକୁ 


ସ୍କୁଲରେ ଦୁଷ୍ଟାମୀ କରି

ବେଞ୍ଚ ଉପରେ ଠିଆ ହେବାକୁ

ନାମ ହିଁନ ପ୍ରେମ ଚିଠି ଲେଖି 

ବାର ବାର  ଚିରିବାକୁ

ହେଡ ସାର୍ ଓ ବାପାଙ୍କ ତାଗିଦା ଶୁଣିବାକୁ।


ଗୁଡିକୁ ଚାହିଁ ଚାହିଁ  

ବିଲ ମଧ୍ୟେ ଦଉଡୁ ଦଉଡୁ

ହିଡ଼ ଝୁଣ୍ଟି ପଡିବାକୁ

ବଡ଼ ପାଟିରେ ଚିଲେଇ

ନିଜ ପ୍ରତିଧ୍ୱନି ଶୁଣିବାକୁ

ବଗ ଭାଇ ପର ଦେ କହିବାକୁ।


ନାଳରେ ପାଣି ବୋହି

ପଙ୍କେ ଲଟ ପଟ ହୋଇ

ମାଛ ଥାଉ କି ନଥାଉ

କାଦୁଅ ଭର୍ତ୍ତୀ ଖାଲେଇ

ଅଣ୍ଟାରେ ଖୋସି ଚେଙ୍ଗ ଧରିବାକୁ।


ବେଳେବେଳେ ଇଚ୍ଛା ହୁଏ

ନୂଆ ନୂଆ ପ୍ରେମର 

ପୀଡା ଭୋଗିବାକୁ;

ଆଖି ଭାଷା ପଢି ଦେଇ 

ମନ କଥା ଜାଣିବାକୁ;

ସ୍ୱପ୍ନର ଉଡାଣ ଭରି 

ମେଘକୁ ଛୁଇଁବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children