STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ହ୍ୟାପି ପ୍ରପୋଜ ଡେ

ହ୍ୟାପି ପ୍ରପୋଜ ଡେ

1 min
162

ବହୁ ଦିନ ହେଲା   ମନେ ମନେ ପ୍ରିୟା 

      ତୁମକୁ ମୁଁ ଭଲପାଏ 

କହିବି କହିବି       ଭାବୁଛି ତୁମକୁ

     ସକାଳରୁ ସଞ୍ଜ ଯାଏ 

କାଳେ ତୁମେ ପ୍ରିୟା  ଯିବ ବୋଲି ରାଗି

      କୁହେ ନାହିଁ ମନ କଥା

ତୁମେ ରାଗି ଗଲେ    ଘୋଟିବ ଅନ୍ଧାର 

     ହୃଦୟେ ହୋଇବ ବ୍ୟଥା 

କେତେ ବାଧାବିଘ୍ନ   ଡେଇଁ ମୁଁ ଆସିଛି

      ଆଜି ପ୍ରିୟା ତୁମ ପାସେ 

ଫୁଲଟିଏ ଦେଇ    ମନ କଥା ମୋର 

     କହି ଦେଲି ତୁମ ଆଗେ

ଦୁଃସାହସ ପାଇଁ    କ୍ଷମା ଗୋ କରିବ 

      ହୃଦୟରୁ ଦେଇ ପ୍ରେମ 

ଲେଖି ଦେଲି ଆଜି ଏଇ ମୋ ହୃଦୟେ

     ପ୍ରିୟା ଗୋ ତୁମରି ନାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance