Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy Inspirational

4  

Amit Bal

Romance Tragedy Inspirational

ହୁଗୁଳା ସଂପର୍କ

ହୁଗୁଳା ସଂପର୍କ

1 min
266



ଜୀବନ ସଉଦା ସରିବା ଆଗରୁ

       ଭିନ୍ନ ହୋଇଗଲା ଚଲାପଥ 

ଶିଥିଳ ପଡ଼ିଲା ସଂପର୍କ ଉତ୍ତାପ

        ମାନେ ରଖିଲାନି ମତାମତ ।


ସାଉଁଟି ହେଲାନି ସ୍ମୃତି କୁ ଏକାଠି

       ମେଘ ଢାଙ୍କି ଦେଲା ସବୁକିଛି

ଜହ୍ନ ଲୁଚିଗଲା ବାଦଲ ଦେହରେ

         ତାରା ମିଟି ମିଟି କରୁଅଛି ।


ଅପେକ୍ଷାର ମାନେ କିଛି ନାହିଁ ଆଜି

        ତେଲ ସରିଲାଣି ଦିପାଳିରୁ

ଆଖି ପତା ଦୁଇ ଭାରି ହୋଇଲାଣି

         ମିଳିବ‌ କି ମିଛ ସପନରୁ ।


ନିଦାଘ ରେ ବସି କେତେ ଆଙ୍କି ହେବ

          ଫୁଲ ଫଗୁଣର ଚିତ୍ରଗୀତି

ଭାବକଳ୍ପର ଭାବନାରେ ହିଁ ଯଦି

          ଶବ୍ଦ ତରଙ୍ଗ ନଥିବ ସାଥି ।


ଆସିଲାଣି ଏବେ ବିଦାୟର ଘଡ଼ି

         ଛାଇଲା ସର୍ବତ୍ର ନିରବତା 

ହୁଗୁଳା ସଂପର୍କ ଧୂସରିତ ହେଲା

        ରହିଲାନି ଆଉ ଗଭୀରତା ।


ନୂତନ ସକାଳ ନୂତନ ଆହ୍ବାନ

        ଆଖିରେ ଆଖିଏ ନୂଆ ସ୍ବପ୍ନ

ନୂଆ ସଂପର୍କରେ ସୁର ଲୟ ଦେଇ

        କାଟିବାକୁ ହେବ ଏ ଜୀବନ ।


Rate this content
Log in

Similar oriya poem from Romance