STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

1 min
312


ସମ୍ପର୍କଟା ଆମ ଗଢି ଉଠିଥିଲା

ଏତିକି ନିବିଡ ହୋଇ

କେହି ସେ ସମ୍ପର୍କ ଭାଙ୍ଗି ପାରିବେନି

ଧରି ନେଇଥିଲି ମୁହିଁ ।


କାଳର ଗତିରେ ଗତି କରି ଆମେ

ଦିନୁଁ ଦିନ ଚାଲିଥାଉ

ହୁଗୁଳା ସମ୍ପର୍କ ନୁହଁଇ ଆମର

ଆମେ ମନେ ରଖିଥାଉ ।


ସମ୍ପର୍କ ନଈର ତୀରେ ରହି ଆମେ

ନୂଆ ସମ୍ପର୍କ ଯୋଡିଲୁ

ସମ୍ପର୍କର ନୂଆ ମୁହଁ ଦେଖି ସାରି

ସମ୍ପର୍କ ହାତ ଧରିଲୁ ।


ଆମ ସମ୍ପର୍କର ନିବିଡତା ଦେଖି

ସହି ପାରିଲେନି କେହି

ସେଇ ସମ୍ପର୍କରେ ଫାଟ ସୃଷ୍ଟି କରି

ଆମକୁ ଦେଲେ ଫସାଇ ।


ସନ୍ଦେହର ବୀଜ ପବନ କରିଲେ

ଆମ ସମ୍ପର୍କ ମଧ୍ୟରେ

ହୁଗୁଳା ସମ୍ପର୍କ ନୁହଁଇ ଆମର

ଏ କଥା ଜାଣି ଚତୁରେ ।


ସନ୍ଦେହ ବୀଜଟା ଏଡିକି କଠୋର

ଏ କଥା ନ ଜାଣେ କିଏ

ହାତରେ ନ ମାରି ଭାତରେ ମାରିବା

ସନ୍ଦେହ ବୀଜରେ ଥାଏ ।


ଢିଲା ହେଲା ଯେବେ ସମ୍ପର୍କ ଆମର

ନ ରହିଲା ନିବିଡତା

ସମସ୍ତେ କହିଲେ ହୁଗୁଳା ସମ୍ପର୍କ

କେତେ ଦିନର ଏ କଥା ।


ବୁଝାମଣା ଯେବେ ସଠିକ ନ ରହେ

ହୁଗୁଳା ସମ୍ପର୍କ ହୁଏ

ବୁଝାମଣା ଯେବେ ସଠିକ ରହିବ

ଅତୁଟ ସମ୍ପର୍କ ରହେ ।


ଏବେ ମୁଁ ଜାଣିଲି ସମ୍ପର୍କ ଆମର

ଅବୁଝାମଣାରୁ ଗଲା

ନିବିଡତା ବୋଲି ଭାବୁଥିଲି ଯାହା

ହୁଗୁଳା ସମ୍ପର୍କ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational