STORYMIRROR

Manaswinee Dash

Inspirational

4  

Manaswinee Dash

Inspirational

ହୁଆ ସଜାଗ, ହୁଅ ସଚେତନ

ହୁଆ ସଜାଗ, ହୁଅ ସଚେତନ

1 min
343

ହେଇଯାଅ ଭାଇ ସଜାଗ, 

ହେଇଯାଅ ଭାଇ ସଚେତନ, 

କରୋନା ତ ଯିବାର ନାଁ ନଉନି, 

ଆଉ କଣ କରିବା କହୁନ। 


ତୃତୀୟ ଲହରର ହେଲାଣି ଆଗମନ, 

ହାତରେ ନେଇକି ବନ୍ଚୁଛୁ ଜୀବନ, 

ଏଥର କଲାଣି ବହୁ ହଇରାଣ, 

ଚାଲି ଗଲାଣି କେତେଯେ ଜୀବନ। 


ନେଇଥିଲେ ବି ପ୍ରତିଶେଧକ, 

ସାଜୁଛି ସଭିଙ୍କ ଭକ୍ଷକ

ରହିବାକୁ ପଡିବ ହୋଇ ସତର୍କ, 

ତେବେ କରିବାକୁ ପଡିବନି ଶୋକ। 


ଛୋଟ ପିଲାମାନଙ୍କୁ ଦଉ ଏଥର ଅଗ୍ରାଧୀକାର, 

ଲକ୍ଷଣ ବି ଦେଖଉନାହିଁ ତାହାର, 

ନିତି ସେହି କରୋନା ମିଟର, 

କରୁଛି ପିଲାଙ୍କ ସଂକ୍ରମଣ ହାର, ଶହେ ପାର। 


ସବୁଦିନ ସଂକ୍ରମିତ ପିଲାଙ୍କ ସଖ୍ୟା ଯାଉଛି ବଢି, 

ବସି ପାରିବା ନି ଆମେ ହାତ ଯୋଡି, 

ଭବିଷ୍ଯତ ଚିନ୍ତା ଆସୁଛି ମାଡି, 

ଗଲାଣି କେତୋଟି ଯେ ପରିବାର ଉଜୁଡି। 


ସଜାଗ ରହି କର ମାସ୍କ ପରିଧାନ, 

ଯଦି କରିବା ବାହାରକୁ ଗମନ, 

ଭଲକି କରିବା ହସ୍ତ ପ୍ରକ୍ଷାଳନ, 

ତେବେ ସୁଧୁରିବ ଏଇ ଜୀବନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational