ହଟିଆ କାହ୍ନା
ହଟିଆ କାହ୍ନା
ତୁଳସୀ ତୁଳସୀ ବାସେ ତୋ ଅଗଣା
ତୋ ପାଶେ ଯିବାକୁ କରିବୁନି ମନା
ତୋ ଭାବ ରେ ବଣା, ତୋ ପ୍ରେମ ରେ ବଣା
ନୁହେଁ ମୀରା ବାଈ ରାଧା ଗୋପାଙ୍ଗନା ।0।
ମୀରା ବାନ୍ଧିଥିଲେ ତା ଭକ୍ତି ଡୋର ରେ
ରାଧା ବାନ୍ଧିଥିଲେ ପ୍ରେମ ଦରିଆ ରେ
ତୁ ହଟିଆ କାହ୍ନା, ତୋ ହଟ ଭିଆନା
ତୋ ହଟ ରେ ଅଛି ପୁଣି କେତେ ବାହାନା ।୧।
ଜୀବନ ଯମୁନା ଦୁଃଖେ ଆନମନା
ସେ ଦୁଃଖେ ତରଣୀ ତୋର ନାମ ସିନା
ସେଇ ନାମ ବିନା ନିଃଶ୍ୱାସ ଯାଏନା
ଅନ୍ତରେ ରହିଛ ହୋଇ ଅନ୍ତରାତ୍ମା ।୨।
ଜନମେ କରମ ଦିଏ ବିଡମ୍ବନା
ଅହେତୁକ ପଣ ଭରଇ କାମନା
ଛାଡି ତ ପାରେନା କାମନା ବାସନା
ଆଶିଷ ଦିଅ ହେ ନ ହୋଇ ବିମନା। ।୩।