Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ହସୁଥିବା ଲୁହ

ହସୁଥିବା ଲୁହ

1 min
115



ଜନମରୁ ଦେଖିଛି ଜଞ୍ଜାଳ ସୁଖ ତା'ର ପୋଖରୀ ମନ୍ଦାର

ହସକୁ ସେ କାନ୍ଦିବା ଦେଖିଛି ଏବେ ବହେ ହସୁଥିବା ଲୁହ,


ବାହାରକୁ ସୁସ୍ଥ ଶରୀର, ମନ ବିବେକରେ ଆଘାତ ପ୍ରଚୂର

ଦିଶୁଥିବା ଦୁଃଖ ପାଏ ପରିଚୟ, ଆଖିରେ ତା' ହସୁଥିବା ଲୁହ,


ଯେଉଁ ଯାତନା ହୃଦୟ ପାଏ, ସେ ଯନ୍ତ୍ରଣା ଅଣଦେଖା ହୁଏ

ସମ୍ପର୍କ ଭାଙ୍ଗିଯିବା ଭୟ, ନେତା ସାଜେ ହସୁଥିବା ଲୁହ,


ସମୟ ହିଁ ସମୟର ସାକ୍ଷୀ, ତ୍ୟାଗ ଥିଲେ ଯନ୍ତ୍ରଣା ପାଖାପାଖି

ସମସ୍ତଙ୍କ ସ୍ୱାର୍ଥେ ଯା' ଲୟ, ତା'ଆଖିରେ ସଦା ହସୁଥିବା ଲୁହ,


ଜୀବନଟା ସୁଖଦୁଃଖ ନଈ, ପାର କରିବାଟା ସହଜ ନୁହଁଇ

ବଡ଼ ଯେବେ ଦୁଃଖନଦୀ କାୟ, ଝରୁଥାଏ ହସୁଥିବା ଲୁହ,


ଯେତେ ହାରେ ସେତେ ଜିତୁଥାଏ, କଷଣ ତା' ଅନ୍ତରଙ୍ଗ ହୁଏ

ଆଜି ଯିଏ ଅସ୍ତ କାଲିକି ଉଦୟ, ଦେଖୁଥାରେ ହସୁଥିବା ଲୁହ।



Rate this content
Log in

Similar oriya poem from Abstract