STORYMIRROR

Krushnapriya Mohapatra

Classics Fantasy Others

4  

Krushnapriya Mohapatra

Classics Fantasy Others

ହସୁଥା କାଳିଆ ଏମିତି

ହସୁଥା କାଳିଆ ଏମିତି

1 min
36

କାଳିଆରେ ତୋ ଓଠେ ଏମିତି ହସ ଥାଉ

ତୋ ହସ ଦେଖିଲେ ମୋ ଆଖିରୂ ଖାଲି 

ଖୁସିର ଲୁହ ତ ଝରୁ ଥାଉ। 

କାଳିଆ ରେ ତୋ ଓଠେ ଏମିତି ହସ ଥାଉ।


ଆଖିରୁ ଲୁହ ମୋ ଯାଉଛି ରେ ଝରି,

ଓହ୍ଲାଇବୁ ତୁହି ବଡ଼ ଦାଣ୍ଡେ ବୋଲି,

ବଡ଼ଦାଣ୍ଡେ ତୋର ନାହାନ୍ତି ଭକତ 

ସେ ଲାଗି ମନ ତୋ ଉଣା କରିବୁନି।


ଗଡିବ ତୋ ରଥ ,ନନ୍ଦିଘୋଷ ଯେବେ 

ମନ ମୋ ନାଚିବ ଆନନ୍ଦ ରେ ତେବେ। 

ନ ଦେଖିଲେ ନାହିଁ ଚର୍ମ ନେତ୍ରେ ତୋତେ ,

ଦୁଇ ଆଖି ବୁଜି ରଖିଥିବି 

ହୃଦ ସିଂହାସନେ ବସାଇବି ।


ତୁ ଜାଣୁ ତୋ ଲୀଳା, ମୁଁ ଅଜଣା ପରା ,

ଜାଣିଛି ତୋ ଶକ୍ତି, ନାହିଁ ମୋର ଭକ୍ତି, 

ଭେଦିବାକୁ ତୋର ଗୁଢ଼ ତତ୍ତ୍ୱ।

ଏ ତିକି ମିନତି କରୁଛିକାଳିଆ

 କରିଦେ ତୁ ଭବସିନ୍ଧୁ ପାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics