STORYMIRROR

gouranga charan beura

Abstract

2  

gouranga charan beura

Abstract

ହସୁଛି ଶବ କାନ୍ଦୁଛିକନ୍ୟା.??

ହସୁଛି ଶବ କାନ୍ଦୁଛିକନ୍ୟା.??

1 min
13.6K


ସଇତାନଟା ଶଙ୍ଖ ଫୁଂକୁଛି ନିଦାଘ ଝଡରେ

କୋକେଇରେ ହସୁଛି ଶବ,

ମୋହମାୟା ଭୂଲିଯାଇ ଚିର ନିଦ୍ରାରେ

ସରିଯାଇଛି କର୍ମକ୍ଷେତ୍ରର ,

ହାଡଭଂଗା ଶିକୁଳୀ ଯାତ୍ରା

ହସ ବଳୟରେ ସାହାନାଇ ,

"ରାମ ନାମ ସତ୍ୟ ହେ" ର କରୁଣ ଚିତ୍କାର.

ମହାଯାତ୍ରାର ଦୁନ୍ଦୁଭି,

ଶୋଇଯାଏ ପରିବେଶର ସ୍ନେହ ବୋଳା ଆସର..

ବୁକୁ ଫାଟେ ନବ ବିବାହିତାର,

ଝରିଯାଏ ଲୋତକ ବନ୍ୟା,

ସାଗର ଖୋଜି ପାଏନା

ଝଡିଯାଏ ସୀମନ୍ତ ସିନ୍ଦୁର

ଛାତିର କୋହ ଲୁଚାଇ,

ସାନ୍ତ୍ୱନାର ବୈତରଣୀରେ ଲମ୍ଫ ଦିଏ

ବାସର ରାତିର ଅକୁହା ସ୍ୱପ୍ନ ,

ଲୁଚିଯାଏ ଦିଗ୍ ବଳୟର ରକ୍ତିମ ଆଭାରେ

ମାଡିଆସେ ଅମା ଅନ୍ଧାର,

ପରଖିବାକୁ ସତୀର ସତୀତ୍ୱ

ଉଜୁଡିଯାଏ ସପନର ତରଂଗମାଳା,

ଆକାଶ ଗଂଗାର ପରାଚୀ ତୁଠରେ,

ଧୋଇ ହୋଇଯାଏ ଇପ୍ସିତ ବାଂଛନା

ନୀଳ ଉର୍ମିମାଳା ବଜାଉଥାଏ,

ଶୁଭ ଶଙ୍ଖ ଶବ ଆଗମନରେ ।

ଗୈାରାଂଗ ଚରଣ ବେଉରା

ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract