STORYMIRROR

Basanti Pattnaik

Romance Others

3  

Basanti Pattnaik

Romance Others

ହସି ଦେ ଟିକେ

ହସି ଦେ ଟିକେ

1 min
194

   ହସି ଦେ ଟିକେ ମୋର ମାନିନୀ

   ଋଷିଛୁ କାହିଁକି ହୋଇ ଅଭିମାନୀ

    

   ଗୁଲୁଗୁଲିଆ ମୁହଁଟା ଯାଇଛି ସୁଖି

   ସାବିତ୍ରୀ ଆସୁଛି ଜାଣିନୁ ତୁ କି?

  

    ଅଳତା ସିନ୍ଦୂର ଶାଢ଼ୀ ଆଣିଛି

    ନାଲିର ‌‌‌‌‌‌‌‌‌‌‌‌‌‌‌ସଂଖ୍ଖା କିଣାଇ ଦେବି

     

    ମୋ ଗେଲେଇ ଫୁଲେଇ ସୁନ୍ଦରୀ ତରା

     ପୁଚୁକିଗାଲି ଲୋ ଟିକେ ହସିଦେ ପରା

    

     ତୁ ମୋ ଆଖିର ନୟନ ତାରା

     ମୋତେ ତୁ ଆଉ ଜଳାନା ପରା


     ଅଧା ଦରମା ତ ନେଇ ଯାଉଛୁ

     ମୁହଁ ଫୁଲେଇ କାହିଁକି ବସିଛୁ?


     ଘରକାମ ପାଇଁ ଲୋକ ଖଞ୍ଜିଲି

     ପ୍ରତି ରବିବାର ବୁଲେଇ ନେଲି


    ଯାହା କହିଲୁ ସେୟା ତ କଲି

     କି ଅସୁବିଧା ତୋର ମୁଁ କଲି?

  

    ତୋର ହସଟି ତ କେଡେ ସୁନ୍ଦର

     ମୁକୁତା ଝର‌ଇ ଓଠରୁ ତୋର।  

  

     ମୋ ଗଜଗାମିନୀ ମୀନ ନଦୀ

     ହସି ଦେ ଟିକେ ମୋ କଥା ମାନି

    

    ହସ ତ ଅଟ‌ଇ ଅମୃତ ଝର

     ଆନନ୍ଦ ଭର‌ଇ ଜୀବନେ ମୋର


    ସଂସାର ଗଢିଲେ ପଥର ପଡ‌ଇ

    ତାରି ଭିତରେ ଲୋ ଜୀବନ ଚଳ‌ଇ


    ଘରଣୀ ହସିଲେ ହସିବ ତ ଘର

    ସେହି ଘର ହୁଏ ସ୍ବର୍ଗ ସମ ଲୋ ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance