STORYMIRROR

Balaram Barik

Classics

3  

Balaram Barik

Classics

ହୃତ ଗୌରବ।

ହୃତ ଗୌରବ।

1 min
340

ଅଙ୍ଗ ଦେଶର ଶାଢ଼ୀ

ବଙ୍ଗ ଦେଶର ଚୁଡ଼ି

କଳିଙ୍ଗ ଦେଶର ସାଧବ ପୁଅ

ଦିନେ ବୋଇତ ଦେଉଥିଲା ଭାଇ ଭିଡି


ଯାଭା ,ସୁମାତ୍ରା ଓ ବାଲି

ଯାଉଥିଲା ଦୂର ଦେଶ ଚାଲି

ବୋହି ଆଣୁଥିଲା ଧନ ରତନ ସେ 

ଆଜି ଓଡ଼ିଆ ହାତ ପତାଉଛି ଖାଲି


ପୂର୍ବେ ଓଡ଼ିଆ ଥିଲା ବେପାରୀ 

ଆଜି ସାଜିଛି ଦାଣ୍ଡ ଭିକାରୀ

ଅଳସୁଆ ହୋଇ ଶୋଇ ପଡିଛି ସେ

୨ଟଙ୍କିଆ ଚାଉଳ ଓ କାଳିଆ ଟଙ୍କାକୁ ଅଦାରୀ


କେଜାଣି କେବେ ହେଜିବ

ତାକୁ ଚିମୁଡ଼ି କିଏ ଉଠେଇବ

ଖଣି ଖାଦାନରେ ପୁରିଛି ମୋ ରାଜ୍ୟ 

ଜଗନ୍ନାଥ ଜାଣେ କେବେ ଯେ ଉଥାନ ହୋଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics