ହରିଣ ଛୁଆ
ହରିଣ ଛୁଆ
ହରିଣ ଛୁଆରେ ହରିଣ ଛୁଆ
ଦେହଟି ତୋହର ଛକ ଛକିଆ l
ଧୂସର ରଙ୍ଗେ ତୁ ଦିଶୁ ସୁନ୍ଦର
ଘାସପତ୍ରେ ତୋର ଭାରି ଆଦର l
ନ ମାନି କି' ତୁ ଉଠାଣି ଗଡ଼ାଣି
ଡିଆଁ ମାରି ଧାଉଁ ଦେଖାଇ ଠାଣି l
କାନ ଠିଆ କରି ତୁ ଶୁଣି ଥାଉ
ଟିକେ ଶବ୍ଦ ହେଲେ ଧାଇଁ ପଳାଉ l
ପଶୁଙ୍କ ମେଳରେ ତୁ ବଡ଼ ଚଞ୍ଚଳ
ହୃଦୟଟି ତୋର ଭାରି କୋମଳ l
ତୁ ଅଟୁ ବଣର ନିରୀହ ପ୍ରାଣୀ
ଭଲଲାଗେ ତୋର ଚୋରା ଚାହାଣି l
ହରିଣ ଛୁଆରେ ହରିଣ ଛୁଆ
ଖୁସିରେ ଡାକୁଛି ଧାଇଁ ପଳିଆ l
ପାଖକୁ ଆସିଲେ କରିବି ଗେଲ
ସ୍ନେହଦେଇ ସଦା ପାଇବି ଭଲ l