STORYMIRROR

Bijay Prusty

Fantasy

3  

Bijay Prusty

Fantasy

ହରିନାମେ କୋଟି ପୁଣ୍ୟ

ହରିନାମେ କୋଟି ପୁଣ୍ୟ

1 min
191


ଯେଉଁଠି ହେଉନି ଦେବ ରୀତି ନୀତି

ହରି ନାମ ସଂକୀର୍ତ୍ତନ

ସେଠାରେ ସଖୀ ତୁ ପାଦ ରଖିବାକୁ

ବଳାଇବୁ ନାହିଁ ମନ I


ଏ ଜୀବନ ପରା ତାଙ୍କରି ଦାନ ଲୋ

ତାଙ୍କ ନାମେ କୋଟି ପୁଣ୍ୟ

ସେ ନାମକୁ ସଦା ଜପିଲେ ଲୋ ସଖୀ

ଜୀବନ ହୋଇବ ଧନ୍ୟ I


ଧର୍ମ ଅର୍ଥ କାମ ତାଙ୍କ ପାଦ ତଳେ

ସେଇଠି ରଖିବୁ ଲକ୍ଷ୍ୟ

ସେ ପାଦପଦ୍ମକୁ ଧ୍ୟାନ କଲେ ସଖୀ

ସଂସାରୁ ମିଳିବ ମୋକ୍ଷ I


ଯେଉଁଠି ହୁଏ ଲୋ ନାମ ସଂକୀର୍ତ୍ତନ

ସେଇଠି ବସିବୁ ଯାଇ

ସେ ପବିତ୍ର ନାମ କାନରେ ପଡିଲେ

ଜୀବନ ଧନ୍ୟ ହୁଅଇ I


ଜାଣିଛୁଟି ସଖୀ ଆଜି ମରିଗଲେ

କାଲିକି ଦି ଦିନ ହେବ

ଜୀବନ ଯନ୍ତ୍ରଣା ଭୋଗିବୁନି ଯଦି

ହରି ନାମ ତୁଣ୍ଡେ ଥିବ I


ମରଣ ଏମିତି ସତ୍ୟଟିଏ ସଖୀ

କାହାରି ନିସ୍ତାର ନାହିଁ

ଜୀବନ ବାରିଧି ପାରି ହୋଇଯିବା

ହରି ନାମ ଗାଇ ଗାଇ I

   


Rate this content
Log in

Similar oriya poem from Fantasy