Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ହରି ବଲ୍ଲଭା

ହରି ବଲ୍ଲଭା

1 min
354



ଜୟ ମା ହରି ବଲ୍ଲଭା ଜଗତଜନନୀ ।

ନମସ୍ତେ ନମସ୍ତେ ମାତା ଲକ୍ଷ୍ମୀନାରାୟଣୀ ॥

ନାରାୟଣ ବକ୍ଷଦେଶେ ସେବା ଫଳେ ବିଜେ ।

ଜଗତର ପଡିଦାତ୍ରୀ ମାତା ତୁମେ ନିଜେ ॥

ସାଗର ଦୁଲଣି ମାତା ତୋର କୃପା ବଳେ ।

ଧନ ଜନ ଗୋପ ଲକ୍ଷ୍ମୀ ସର୍ବ ସୁଖ ମିଳେ ॥

ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଇନ୍ଦିରା ।

ଶ୍ରୀ ହରିପ୍ରିୟା ଲୋକମାତା ତୋ ନାମ ପରା ॥

କ୍ଷୀରାବ୍ଧିତନୟା ରମା ମାତା ତୁ ଚଞ୍ଚଳା ।

କେତେ କେତେ ରୂପେ ମାତା କରୁ ଲୀଳା ଖେଳା

ସୁରଗଣେ ପୂଜନ୍ତି ମା ତୋତେ ଶ୍ରୀମନ୍ଦିରେ ।

ଶଙ୍ଖ ଚକ୍ର ଧରୁ ମାତା ଉଭୟ ହସ୍ତରେ ॥

ଗରୁଡ ଆସନେ ବିଜେ ହରିଙ୍କ ସଙ୍ଗରେ ।

ମହାପାପ ନାଶ ହୁଏ ତୋ ନାମ ନେବାରେ ॥

ସର୍ବ ବରଦାତ୍ରୀ ମାତା ସର୍ବ ଦୁଃଖହାରୀ ।

ସର୍ବ ପାପ ନାଶ ହୁଏ ତୋ ନାମ ସୁମରି ॥

ସିଦ୍ଧି ବୁଦ୍ଧିଦାତ୍ରୀ ଭୁକ୍ତି ମୁକ୍ତି ପ୍ରଦାୟିନୀ ।

ସକଳ ଆର୍ତ୍ତିହାରିଣୀ ଶାନ୍ତି ପ୍ରଦାୟିନୀ ॥

ବାଇ ଠାକୁରାଣୀ ନାମ ଜଗତେ ବୋଲାଉ ।

ଏକ ଠାବେ ସ୍ଥିର ହୋଇ କେବେ ତୁ ନ ରହୁ ॥

କାଞ୍ଚନ ବରନା ପଦ୍ମ ଫୁଲେ ଉଭା ତୁହି ।

ଭକତି ଭାବକୁ ଘେନି ହେଉ ବରଦାୟୀ ॥

ହିରଣ୍ୟ କଳସ ତୋର ହସ୍ତେ ଶୋଭା ପାଏ ।

ପଦ୍ମ ଦୁଇ ତୋର ଊର୍ଦ୍ଧ୍ବ ହସ୍ତେ ଶୋହୁଥାଏ ॥

ଚାରି ଗଜ ରହିଥାନ୍ତି ପାଶରେ ତୋହର ।

ହରିବଲ୍ଲଭା ମା ତୋର ପଦେ ନମସ୍କାର ॥

ସଭିଙ୍କ କଲ୍ୟାଣ ମାତା କରିବୁ ସର୍ବଥା ।

ଏହି ଅଳି ତୋ ପାଶରେ ଆଗୋ ଲୋକମାତା ॥

ଅନ୍ତଃ କାଳେ ଦେଖା ଦେବୁ ହରିଙ୍କ ସଙ୍ଗରେ ।

ତରିଯିବି ଭବବନ୍ଧୁ ମାତା ତୋ କୃପାରେ ॥



Rate this content
Log in

Similar oriya poem from Abstract