STORYMIRROR

Nityananda Sahu

Romance

3  

Nityananda Sahu

Romance

।। ହୃଦୟର ରାଣୀ ।।

।। ହୃଦୟର ରାଣୀ ।।

2 mins
450


ଦେଖା ହେବ ବୋଲି ଲେଖା ଥିଲା ବୋଧେ

ଦୁଇ ହାତ ପାପୁଲି ରେ

ଯେବେଠୁ ଦେଖିଛି , ଆପଣେଇ ନେଲି

ତୁମକୁ ମୋ ହୃଦୟରେ ।।

ପ୍ରିୟା ପ୍ରୀତି କିଛି ଜାଣି ନାହିଁ ହେଲେ

ପ୍ରେମ ମୁଁ କରି ବସିଲି ।।

ନୀଳ ନୟନାର ହରଣୀ ଆଖିରେ

ନିଜକୁ ହଜେଇ ଦେଲି ।।

ଆତ୍ମା ପାରମାତ୍ମା ମିଳନ ର ପାଠ

ବହିରେ ମୁଁ ପଢ଼ିଥିଲି ।।

ତୁମ ହୃଦୟ କୁ ମୋ ହୃଦୟେ ଆପଣେଇ

ଆଜି ସେ କଥା ବୁଝି ପାରିଲି ।।

ମିଛ କହୁ ନାହିଁ ଭଲ ପାଏ ବୋଲି

ଛାତି ଚିରି ଦେଖାଇ ପାରିବି ନାହିଁ ।।

ମୋ ହୃଦୟର ରୁଧିର କୁ ଦେଖି ,

ମୁଁ ଚାହେଁ ନାହିଁ ,ତୁମେ ଭଲ ପାଅ ଦିଅ କହି ।।

ତୁମ ହୃଦୟ ବଦଳେ ଦେହ ଚାହେଁ ନାହିଁ

ଏତେ ଶାଶ୍ୱତ ମୋ ପ୍ରେମ ।।

ମତେ ଯିଏ ପଛେ ଯେତେ ଯାହା କହୁ

ତୁମକୁ ହେବାକୁ ଦେବି ନାହିଁ ମୁଁ ବଦନାମ ।।

ପ୍ରେମ ଚିହ୍ନ ଆମ ହୃଦୟେ ସାଇତା

ସେ କଥା ତୁମେ ବି ତ ଜାଣ

ଲୁଚି ଲୁଚି ତରୁ ଡାଳ ଉଢାଳରେ,

ଦିନେ କରୁଥିଲେ ଆମେ ପ୍ରେମ ।।

ସାକ୍ଷୀ ଅଛି ସେଇ ପ୍ରେମ ପରବତ

ସାକ୍ଷୀ ଅଛିନ୍ତି ଦେବା ଦେବୀ

ତୁମରି ସ୍ମୃତିରେ ହୃଦୟ ବେଳରେ

ନିତି ମୁଁ ଝୁରେଇ ଭାବି ।।

ଦୂରେ ସିନା ତୁମେ ରହି ଅଛ ପ୍ରିୟା

ଆଜି ବି ମୋ ପାଖରେ,

ଦୂରତା ବି ଦିନେ ହାର ମାନି ନେବ

ବିଶ୍ୱାସ ଜିତିବ ନିଶ୍ଚିତ ସନ୍ଦେହ ନିକଟରେ।।

ବୟସ ର ଋତୁ ଅପେକ୍ଷା ରତ

ଦିନେ ନିଶ୍ଚିତ ହେବ ଆମ ମିଳନ ।।

ପ୍ରେମରେ ପରୀକ୍ଷା ଜାଣିଛ ତ ପ୍ରିୟା

ନେଇଥାନ୍ତି ଭଗବାନ ।।

ଧର୍ଯ୍ୟ ହରା କେବେ ହେବ ନାହିଁ ତୁମେ

ଆସିବି ମୁଁ ବର ସାଜି,

ମନ ଇନ୍ଦ୍ରପସ୍ଥେ ତୁମକୁ ସଜେଇବି ,

ମୋ ହୃଦୟ ର ରାଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance