ହୃଦୟେ ପ୍ରେମ ହେଉ ଜାଗ୍ରତ
ହୃଦୟେ ପ୍ରେମ ହେଉ ଜାଗ୍ରତ
ଆଙ୍କି ଥାଏ କବି ତାର ମନର
କଳ୍ପନାରେ
ଅନେକ ରସମୟ ଶବ୍ଦ ଭାଷାର
ଛନ୍ଦମୟ ସୁରରେ |
ପ୍ରତିଟି ହୃଦୟେ ପ୍ରେମ ଯଦି
ହେବ ଜାଗ୍ରତ
ବିଶ୍ୱରେ ପ୍ରତିଷ୍ଠିତ ହେବ ନିଶ୍ଚୟ
ମଧୁମୟ ଅମୃତ |
ପ୍ରତ୍ୟେକ ଜୀବରେ ଭାବୁଥାନ୍ତେ
ଶକ୍ତିର ସତ୍ତା,
ଧରା ପୃଷ୍ଠେ ଅହିଂସାର ବନ୍ୟା
ପ୍ରବାହିତ ହୁଅନ୍ତା |
ନରହିବ ବିଶ୍ୱ ଯୁଦ୍ଧ ଆଉ ଏତେ
ଏତେ ମୃତାହତ,
ନରହିବ କେବେ ନର ସଂହାର
ଆତଙ୍କବାଦ ଉତ୍ପାତ |
ସେ ଅମ୍ବୃତ ପ୍ରେମ ନୁହେଁ କେବଳ
ଶାରୀରିକ ସୁଖ
କାମନା ବାସନା ରହିତ ଏକ
ସ୍ୱର୍ଗୀୟ ସୁଖ |
ଭାବମୟ ସୁରର ଅନୁଭୂତି ଆଣେ
ହୃଦୟରେ
ଝରାଇବ ନୂତନ ଅମୃତ ବିନ୍ଦୁ ସଂସାର
ଭୂମିରେ |
ସେ ସ୍ଥିତିରେ ନରହିବେ କେହି ଦରିଦ୍ର,
ବାସହୀନ
ନଥିବ ଆଖିରୁ ଅଶ୍ରୁପାତ, ଦୁଃଖ ଅବା
ଭୋକିଲା ଜନ |
ନଥିବ ଗର୍ବ, ଟୋପାଏ ବିଷ, ଭରା
ଅମୃତ କଳସକୁ
ବିଷାକ୍ତ କରିଦେବ ସମସ୍ତ ଶାଶ୍ୱତ
ପ୍ରେମ ପ୍ରତୀକକୁ |
କଳ୍ପନାରେ, ମେଘ ରୂପେ ବରଷୁ
ସଞ୍ଜିବନୀ ମଧୁପ୍ରୀତି,
ହୋଇ ମେଘ, ପୃଥିବୀପୃଷ୍ଠରେ କର
ତନୁ ମନ ସିକ୍ତ ନିତି ।
ମଣିଷ କଳ୍ପନାରେ ଭରି ରହୁ ସେ
ପ୍ରୀତି ପୁଷ୍ପ ବାସ୍ନା
ଦୂର ହେଉ ହୃଦୟ ବେଦନା ଭରି
ଦେଇ ନିର୍ମଳ ଭାବନା ।