STORYMIRROR

Abhipsa Jena

Romance

3  

Abhipsa Jena

Romance

ହୃଦୟ

ହୃଦୟ

1 min
334

ଶୁଣିଥିଲି

ପ୍ରେମର ରଙ୍ଗ ନିଆରା

ଆଉ ଆଜି ମୁଁ ନିଜେ ଭିଜିଯାଇଛି

ସେହି ପ୍ରେମ ରଙ୍ଗରେ।


ହଠାତ ତା ଆଖି ସହ ଆଖି ମିଶିଗଲା

ଏକ ଅଜଣା ରାସ୍ତା ଉପରେ

ମାତ୍ର କେଇ ସେକେଣ୍ଡ ପାଇଁ।


ବାସ୍ ତାପରେ

ଆଉ ମୁଁ ମୋର ହୋଇ ନାହିଁ

ମୋ ହୃଦୟର ପ୍ରତିଟି ହୃଦତନ୍ତ୍ରୀ ମଧ୍ୟରେ

ସିଏ ପ୍ରବେଶ କରି ସାରିଥିଲା।


ପ୍ରତିଟି ଧମନୀରେ

ପ୍ରେମର ରଙ୍ଗ ସଞ୍ଚରି ଯାଉଥିଲା

ହେଲେ ହୃଦୟ ଟା ଭାରି ଭାରି ଲାଗୁଥିଲା

ଯେହେତୁ ମନକଥା ଖୋଲି କହିପାରିନି ଏଯାଏଁ।


ଆଉ ଆଜି ମୁଁ କିଛି ନ ଭାବି

ମୋ ହୃଦୟ ର ପରିଭାଷା ବ୍ୟକ୍ତ କରିଦେଲି

ବିନା ଦ୍ୱଧାରେ

ତା ସାମ୍ନାରେ।


ସେ ବି ପ୍ରତ୍ୟୁତ୍ତରରେ

ଏକ ସ୍ମିତହାସ୍ୟ ଦେଲା

ଆଉ ଦେଖ

ଏଇଠି ହୃଦୟ ସହ ହୃଦୟର ମଧୁର ମିଳନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance