STORYMIRROR

Abhipsa Jena

Inspirational Others

2.3  

Abhipsa Jena

Inspirational Others

ସଂପର୍କ

ସଂପର୍କ

1 min
13.8K


ଶବ୍ଦ ମାନେ ଖୁବ୍ ଅସହାୟ

ମୋ କଲମ ବି ହୋଇପଡିଛି ଅବଶ

କେମିତି ବୁଝେଇବି ଏ ସଂପର୍କର ପରିଭାଷା!

ବିତିଯାଇଥିବା ଛୋଟ ଛୋଟ ମୁହୂର୍ତ୍ତ

ହୃଦୟରେ ଭରିଦିଏ ଖୁସିର ଅନୁଭବ

ଅନ୍ତରଙ୍ଗ ଏ ଅନୁଭବ

ସଂପର୍କର ମୂଲ୍ୟକୁ ଦ୍ଵାହି ଦେଇ

ପ୍ରାଚୁର୍ଯ୍ୟ ଭରା ଜୀବନରେ ମଜ୍ଜି ରହି

ମଣିଷ ଭୁଲିଯାଉଛି ଖୁସିର ପ୍ରକୃତ ସଂଜ୍ଞା

ସଂପର୍କ ଠୁ ବଡ଼ ସମ୍ପତ୍ତି କିଛି ହୋଇପାରେନା

କିଛି ହସ,ଖୁସି ଆଉ ତ୍ୟାଗ ଦେଇ

ବାନ୍ଧି ରଖିବାକୁ ହୁଏ ସଂପର୍କର ଡୋର

ନଚେତ୍ ସମୟର ଚକା ଭଉଁରୀ ଖେଳ ମଧ୍ୟେ

ଆଖିପିଛୁଳାକେ ନିଜର ବି ଛିଟିକି ପଡନ୍ତି ବହୁ ଦୂର।


Rate this content
Log in

Similar oriya poem from Inspirational