STORYMIRROR

Abhipsa Jena

Others

3.8  

Abhipsa Jena

Others

କନ୍ୟାରତ୍ନ

କନ୍ୟାରତ୍ନ

1 min
13.6K



ସମ୍ଭାବନାର ମନ୍ତ୍ର ସେ

ଜୀଵନର ମୁଗ୍ଧଗୀତ ସେ

ଆଖିରେ ଆଖିଏ ସ୍ୱପ୍ନଭୁଞ୍ଜିଥିବା ଆତ୍ମାଟିଏ

ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ!

ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା

ମନର କପୋତ ତାର

ହଠାତ୍ କେହି ଛେଦକଲା

ଡେଣା ଦୁଇ ତାର।

ମନେ ତାର ଅସରନ୍ତି ରକ୍ତଭିଜା କୋହ

ବନ୍ୟାଧାରା ପରି ଝରିଯାଏ ତା' ଆଖିରୁ ଲୁହ।

କେହି କ'ଣ ମାପି ପାରିବ

ତା' ଲୁହର ଦୈର୍ଘ୍ୟ କେତେ?

ଆଉ ପ୍ରସ୍ଥ?

ନିରବ ଯନ୍ତ୍ରଣା ନିରବ ପରିଭାଷା

ତଥାପି ମନରେ ଅସୁମାରୀ ଆଶା

ମୃତ୍ୟୁ ନୁହେଁ ଜୀଇଁଵାକୁ ଚାହେଁ ।

ଅଭୀପ୍ସା ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍