Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhipsa Jena

Others

3  

Abhipsa Jena

Others

ପ୍ରତିବିମ୍ବ

ପ୍ରତିବିମ୍ବ

1 min
7.1K


ଚୁପ୍ ଚାପ୍ ବସିବାକୁ ଭଲ ପାଉଥିବା ଝିଅଟେ ମୁଁ

କିନ୍ତୁ ତା ଆଗେ ବସିବାକୁ ଭଲପାଏନା ।

ଆଉ ଆଜି ମୁଁ ବସିଛି ତା ସାମ୍ନାରେ

କାହିଁ ଆଜି ଭାରି ଇଚ୍ଛା ହେଉଛି ଏମିତି ବସି ରହିବାକୁ

ସିଏ ବି ମତେ ସେମିତି ଚାହିଁ ରହିଛି

ସତେ କି ପଢ଼଼ିପାରିଲା ଭଳି ମନର ସବୁ ଅକୁହା କଥା

ଅପଲକ ଚାହାଣୀ ତା'ର ।

ମନର ଆବେଗକୁ ବାନ୍ଧି ନପାରି

ଅଜାଣତରେ ମୋ ଆଖିରୁ ଝରିଗଲା କେଇବୁନ୍ଦା ଲୁହ

ଲୁହ ଭିଜା ଆଖିରେ ଅସ୍ପଷ୍ଟ ଦିଶିଲା ତା'ର ମୁହଁ

ଆଖି ଲୁହ ପୋଛି

ମୁଁ ତାକୁ ଚାହିଁ ଅଳ୍ପ ହସିଦେଲି

ସିଏ ବି ହସିଲା କିଛି ନ ଭାବି

ବାଃ! ଅବିକଳ ସେହି ଭଳି ହସିଦେଲା

ଠିକ୍ ମୋ ପରି ।

ହଠାତ୍ କେହି ଜଣେ ମୋ ଭିତରୁ କହିଲା

ସିଏ ପରା ତୋ ପ୍ରତିବିମ୍ବ

ଏବେ ଏହି ପ୍ରତିବିମ୍ବ ମଧ୍ୟେ

ମୁଁ ଦେଖୁଛି ମୋ ଭାବନାର ପ୍ରତିଛବି ।


Rate this content
Log in