Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhipsa Jena

Abstract Inspirational

3  

Abhipsa Jena

Abstract Inspirational

ପ୍ରକୃତିର ପ୍ରକୋପ

ପ୍ରକୃତିର ପ୍ରକୋପ

1 min
11.3K



ଅଚାନକ ଏକ ଅଜଣା ଭୂତାଣୁ

ମାଡି ଆସେ ବିଶ୍ୱ ଆଡେ

ଧନୀ ଗରିବ ନିର୍ବିଶେଷରେ

ସଭିଙ୍କୁ କବଳିତ କରେ।


ଅଜେୟ ପରି ସେ ବ୍ଯାପି ଯାଇଅଛି

ବିଶ୍ୱବ୍ୟାପୀ ସାରା ଦେଶେ

ଶ୍ରେଷ୍ଠ ଜୀବ ମଣି ଏ ମଣିଷ ସମାଜ

କରୁଥିଲା ଯେତେ ଗର୍ବ

ବିଳାସ ବ୍ୟସନେ ମଜ୍ଜି ରହି ଯେତେ

ସଞ୍ଚିଥିଲା ଅହଂକାର

କ୍ଷଣିକ ମଧ୍ୟରେ ଚୁରମାର ହେଲା

ଥରହର ସାରା ବିଶ୍ୱ।

 

ବୁଝି ସେ ନ ଥିଲା

ପ୍ରକୃତି ଉପରେ ଅତ୍ୟାଚାର କଲେ

ଭୋଗିବାକୁ ହେବ ଫଳ

ବିଶ୍ୱତମାମ ଏକାଠି ହୋଇ ବି

ନ କମଇ ତାର ବଳ।


ଅଣ ନିଶ୍ୱାସୀ ଆଜି ବିଶ୍ୱଜୀବନ

ବୁଦ୍ଧିବଣା ଞାନୀ ଗୁଣୀ

ବିଶ୍ୱ ବିପତ୍ତି ଏ 'କରୋନା' ଭୂତାଣୁ

ଦେଖି ଏ ସମାଜ ସ୍ଥାଣୁ।


ବୁଝିବାକୁ ହେବ

ସବୁ କର୍ମଫଳ

ପ୍ରକୃତି ସାମ୍ନାରେ ସବୁ ଦୁର୍ବଳ।

 

ଆଜିର ଏ ବେସାହାରା ମଣିଷ

ଭୋଗୁଛି କେତେ ଦୁଃଖ କଷ୍ଟ

ଏବେ ମଧ୍ୟ ସମୟ ଅଛି

ସତର୍କ ରୁହ 

ପ୍ରକୃତିକୁ ଭଲପାଅ

ନଚେତ ଗ୍ରାସିବ ଏ ଅଜଣା ବ୍ୟାଧି

ଲୋପ ପାଇବ ମଣିଷ ଜାତି।

    

    


Rate this content
Log in

Similar oriya poem from Abstract