ପ୍ରତିବିମ୍ବ
ପ୍ରତିବିମ୍ବ
1 min
13.7K
ଚୁପ୍ ଚାପ୍ ବସିବାକୁ ଭଲ ପାଉଥିବା ଝିଅଟି ମୁଁ
କିନ୍ତୁ ତା ଆଗେ ବସିବାକୁ ଭଲପାଏନା
କାହିଁ ଆଜି ଭାରି ଇଚ୍ଛା ହେଉଛି ବସିରହିବାକୁ
ଆଉ ମୁଁଁ ବସିଛି ତା ସାମ୍ନାରେ
ସିଏ ବି ମୋତେ ସେମିିତି ଚାହିଁ ରହିଛି
ସତେ କି ପଢ଼ିପାରିଲା ଭଳି ମନର ସବୁ ଅକୁୁହା କଥା
ଅପଲକ ଚାହାଣୀ ତା'ର
ମନର ଆବେଗକୁ ବାନ୍ଧି ନ ପାରି
ଅଜାଣତରେ ମୋ ଆଖିରୁ ଝରିଗଲା କେଇବୁନ୍ଦା ଲୁୁୁହ
ଲୁହ ଭିିିଜା ଆଖିରେ ଅସ୍ପଷ୍ଟ ଦିିଶିିିଲା ତା'ର ମୁଁହ
ଆଖି ଲୁୁୁହ ପୋଛି
ତାକୁ ଚାହିଁ ଅଳ୍ପ ହସିଦେଲି
ସିଏ ବି ହସିଲା କିଛି ନ ଭାବି
ବାଃ! ଅବିକଳ ସେହିଭଳି ହସ
ଠିକ୍ ମୋ ପରି
ହଠାତ୍ କେହି ଜଣେ ମୋ ଭିତରୁ କହିଲା
ସିଏ ତୋ ପ୍ରତିିିବିିିମ୍ବ
ଏବେ ମୋ ପ୍ରତିିବିମ୍ବ ମଧ୍ୟେ ମୁଁ ଦେଖୁୁୁଛି
ମୋ ଭାବନାର ପ୍ରତିଛବି।
