ଶୀତ ସକାଳ
ଶୀତ ସକାଳ
1 min
11.9K
ସ୍ନିଗ୍ଧ ମଞ୍ଜୁଳ ଶୀତ ସକାଳର
ସୂର୍ଯ୍ୟଙ୍କ ପହିଲି କିରଣ
ଯେବେ ଛୁଏଁ ଧରାବକ୍ଷ
ଖେଳିଯାଏ ସ୍ନିଗ୍ଧ ଶିହରଣ।
ପ୍ରୀତିମୟ ଶୀତ ସକାଳେ
ଗଙ୍ଗଶିଉଳିର ମିଠା ବାସ୍ନାରେ
ଉଲ୍ଲାସ ଜାଗେ ହୃଦରେ।
ପ୍ରଜାପତି ପ୍ରୀତି ଛୁଆଁରେ
ଆଦି ଚିତ୍ରିତ ଫୁଲରେ
ନୂତନ ଉନ୍ମାଦ ମନେ ଭରେ।
ଶୀତଳ ସ୍ପନ୍ଦନ ଭରା ଶୀତ ସକାଳ
ଝାପସା ଦିଶେ ଦୂର ଦିଗ୍ ବଳୟ
ମଧୁ ମୁର୍ଚ୍ଛନା ମେଲି।
ଶୀତଳ ପବନ ତାଳେ ତାଳେ
ସୋରିଷ କ୍ଷେତ ଝୁମି ଚାଲେ
ହସର ଫଲ୍ଗୁ ଖେଳାଇ।
