STORYMIRROR

Tushar Kanta Prasad

Romance

3  

Tushar Kanta Prasad

Romance

ହୃଦୟ ପାରା

ହୃଦୟ ପାରା

1 min
132

ହୃଦୟ କାନ୍ଥରେ ଆଙ୍କିଛି ତୋ ଛବି,

ସ୍ପନ୍ଦନ କରେ ନାମ ଉଚ୍ଚାରଣ

କ୍ଷଣିକ ଅନ୍ତର କରୁଛି ଅଧୀର,

ସତେ ଚାଲିଯାଏ ଦେହରୁ ପ୍ରାଣ ।।


ପ୍ରେମର ଫଗୁଣ ଆଣିଛି ଜୀବନେ,

ମୋ ପାଇଁ ଯାହାକୁ ଉପହାରରେ

ସାଇତି ରଖିବି ଅନ୍ତରେ ସର୍ବଦା,

ପ୍ରହରୀ ତୁମର ମୁଁ ପଲକରେ ।।


ଜହ୍ନ ଠୁ ଜୋଛନା ରୁଷି ଯାଇପାରେ,

ସୂର୍ଯ୍ୟ ଲୁଚିପାରେ ମେଘ ଆକାଶେ

ଫୁଲ ରୁ ମହକ ଅଲଗା ହେଲେବି,

ରହିଥିବି ପ୍ରିୟା ମୁଁ ତୁମ ପାଶେ ।।


ଆଖିର ଚାହାଣି କହେ କି କାହାଣୀ,

ଆନମନା କେବେ ହୋଇ ପାରେନା

କଥା କୁହୁତାନ ସତେ କୋଇଲିର,

ସଂଗୀତରୁ ସତେ ଝରେ ମୂର୍ଚ୍ଛନା ।।


ଶିହରଣ ଖେଳେ ଯା'ର ସ୍ପର୍ଶ ପାଇ,

ସତେ ସାଗରର ଶୀତଳ ଧାରା

ବିନା ପଞ୍ଜୁରୀରେ ରଖିବି ସୁଖରେ,

ଲାବଣ୍ୟବତୀ ମୋ ହୃଦୟ ପାରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance