STORYMIRROR

Pramod kumar Biswal

Abstract Romance

3  

Pramod kumar Biswal

Abstract Romance

ହୃଦୟ କାଗଜ

ହୃଦୟ କାଗଜ

1 min
144

 

ହୃଦୟ ଭିତରେ ସାଇତି ରଖିଛି ପ୍ରିୟା ତମସାଥେ ବିତିଥିବା ଅଭୁଲା ସ୍ମୃତିର ହସ୍ତାକ୍ଷର,

ନିଜକୁ ବୁଝିବାକୁ ଚାହିଁ ବୁଝିପାରେ ନାହିଁ ତୁମପାଇଁ ବ୍ୟାକୁଳିତ ମନମୋର।

ଜହ୍ନ ଆଲୋକରେ ଲୁଚୁ ଲୁଚି ଜୋସ୍ନାରେ ଭିଜେ ପାଗଳାମି ମନମୋର ଅସ୍ତବ୍ୟସ୍ତ,

କବି ନୁହେଁ ନା ମୁଁ ଲେଖକ ତୋପାଇଁ ଆଜିଲେଖେ କାବ୍ୟତୀର୍ଥ।

କେତେ ଯେ ସପନ ଭରିଗଲୁ ଏଆଖିରେ ମୋର,

ଗାୟକ ନହୋଇବି ତୁମପାଇଁ ଗାୟକ ସାଜି ଗାଉଛି ରାଗ ମଲ୍ଲାହାର।

ନୀଳିମା ଆକାଶେ ତାରାମେଳ ଦେଖି ଇଛାହୁଏ ଜହ୍ନ ରାଇଜରେ ତୋଳିବାକୁ ନଅଁର,

ସତକୁ ବୁଝିଲେ ମନ ଭାଙ୍ଗିଯାଏ ତମେ ଏକ ଅଭିମାନୀ ଝରଣା ସ୍ରୋତର ସ୍ବର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract