STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ହୃଦୟ ଡୋରୀ

ହୃଦୟ ଡୋରୀ

1 min
13.4K


ବିଶ୍ୱ ମାତୃତ୍ୱକୁ କୋଟିଏ ସମ୍ମାନ
ବିଶ୍ୱ ପ୍ରେମରେ ମୋ'
ବ୍ୟକ୍ତିତ୍ୱ ବନ୍ଧା ।

ସଂକୀର୍ଣ୍ଣ ମନକୁ କରେ ବାସଚ୍ୟୁତ
ବିପୁଳ ବିଶ୍ୱର
ସୁରରେ ଛନ୍ଦା ।

ରକ୍ତର ସମ୍ପର୍କ ରକ୍ତିମ ରଙ୍ଗର
ସାମାଜିକ ପ୍ରେମ
ଆହୁରି ଗାଢ଼ ।

କିଏ ବା ନିଜର,କିଏ ଅବା ପର
ହୃଦୟ ଡୋରୀ ଟି
ସବୁଠୁ ଦୃଢ ।

ନିଚ୍ଛକ ସ୍ନେହର ସ୍ରୋତର ସୁଅରେ
ପାଷାଣ ଦେବତା
ତରଳି ଯାଏ ।

କପଟୀ ମଣିଷ ଛଳନା ଜୁଆରେ
ମାନବିକତାକୁ
ଭସାଇ ଦିଏ ।

ଅଭିଶପ୍ତ ନୁହେଁ,ଅଭିଶାପ ପାଏ
ହେ ମୋର ମଣିଷ
ଭଉଣୀ ଭାଇ ।

ଦୁର୍ଲଭ ଜୀବନ,ଉପଭୋଗ କର
ଅନ୍ୟକୁ ନିଜର
ସେନେହ ଦେଇ ।

ସମ୍ମାନ ପାଇବ, ଲକ୍ଷ୍ମୀ ବି ହସିବେ
ତୁମରି ଅଗଣା
ଉଠିବ ହସି ।

ସାରା ରାଇଜର ଫୁଲ ବଗିଚାକୁ
ଓହ୍ଲାଇ ଆସିବ
ସରଗ ଶଶୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational