STORYMIRROR

Madhabi Patel

Children

4  

Madhabi Patel

Children

ହୋଲି

ହୋଲି

1 min
897


ବରଷେ ପରେ ରେ ଆସିଛି ହୋଲି

ରଂଗ ଅବୀର ର ପସରା ଧରି

ସାଙ୍ଗ ସାଥୀ ଭାଇଭଉଣୀ ମିଳି

ଭୁଲି ଧର୍ମ ଜାତି ହାତଧରାଧରି

ପାଳିବା ଆସରେ ସଭିଏଁ ହୋଲି

ପରସ୍ପର ଦେହେଁ ରଂଗ ଦେବାବୋଳି

ଭୁଲିଯିବା ସବୁ ଇର୍ଷା ହଂକାର

ହୋଲିପର୍ବ ସ୍ନେହ ଭାଇଚାରାର

ମିଷ୍ଟାନ୍ନ ବାଣ୍ଟିବା ସର୍ବତ୍ର ଘୋଲି

ମିଳିମିଶି ଆସ ଖେଳିବା ହୋଲି।


ଚାରିଆଡେ ଏବେ ଦିଶେ ସୁନ୍ଦର

ବୃକ୍ଷେ ପଲ୍ଲବିତ ନୂଆପତର

ବଉଳ କଷିରେ ଖେଳଇ ଦୋଳି

ଶିମୁଳି ପଳାସ ଦିଶଇ ନାଲି

ଗିରେଲ୍ ଫୁଲ ଧରି ଗୋଲାପି ତୂଳି

କୁରେଇଁ କୁରୁଲୁ ଧାତୁଙ୍ଗ ନାଲି

ସୁନାରି ଫୁଲ ତା ଝାଲର ଖୋଲି

ମନ୍ଦ ମଳୟର ସୁବାସ ବୋଳି

ଆସିଅଛି ଏବେ ପରବ ହୋଲି।


ରାଧାକୃଷ୍ଣଙ୍କର ପ୍ରେମ ସରାଗ

ହୋଲି ଗାଉଥାଏ ପ୍ରେମର ରାଗ

ପବିତ୍ରତାର ସେ ପରଶ ଧରି

ମିଶିବା ଆସ ଖିର ନୀର ପରି

ରାଗରୁଷା ଯାକ ଦେଇ ପାଶୋରି

ଖେଳିବା ଫଗୁ ରଂଗ ପିଚକାରି

ବସନ୍ତ ଆଣିଛି ନୂଆଁ ପରଶ

ମଳୟ ହିଲ୍ଲୋଳ ବଉଳବାସ

ସଭିଙ୍କ ମନରେ ଉତ୍ତାଳ ତୋଳି

ହୋଲି ଖେଳି ଦୁଃଖ ଯିବାରେ ଭୁଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children