STORYMIRROR

BHAGABANA NAIK

Action

3  

BHAGABANA NAIK

Action

ହୋଇଯାଉ ପଦାନତ

ହୋଇଯାଉ ପଦାନତ

1 min
250


ଆଖିରେ ଆଖିଏ ସ୍ବପ୍ନ

ଅନ୍ତରେ ଆଶାର ଜୁଆର,

ଘେନାକର ଦୀନବନ୍ଧୁ

କୋଟି ପ୍ରଣତି ଆମ୍ଭର।

ସ୍ନେହ ବିହଂଗ ଉଡେଇ

ଦିଅ ହେ ସବୁଜ ସଂକେତ,

ନିଶ୍ଚିହ୍ନ ହେଉ ଏଠି

ଯନ୍ତ୍ରଣାର ଯେତେ ଖାତ ।

ଶାନ୍ତିର କିରଣ ବୁଣି

ଦିଅ ହେ ପରମ ଆଶିଷ,

ସତ୍ଯ, ଶାନ୍ତି, ପ୍ରେମ, ମୈତ୍ରୀ

ବିଶ୍ବେ ହେଉ ପରକାଶ।

ଛେଦି ଅନ୍ଧବିଶ୍ୱାସର ପକ୍ଷ

ଭାଂଗିଦିଅ ରାଗ, ରୋଷ,

ସଂଚାରି ସଚେତନତା

କୁସଂସ୍କାର କର ଧ୍ବଂସ ।

ସାଇତି କୁସୁମ ବନେ

ଦୁଃଖୀ ମୁଖେ ଦିଅ ହସ,

କର୍ମବୀର ଗଢିଉଠ

ଶୂନ୍ଯ ହେଉ ଏଠି ନିଃସ୍ବ। 

ଖଂଜି ବୈପ୍ଳବିକ ଡେଣା

ଦେଖାଅ ମୁକ୍ତିର ପଥ,

ସ୍ବେଚ୍ଛାଚାରିତାର ସ୍ଥାନ

ହୋଇଯାଉ ପଦାନତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action