STORYMIRROR

Niranjan Mishra

Abstract

3  

Niranjan Mishra

Abstract

ହଂସବାହିନୀ

ହଂସବାହିନୀ

1 min
128


ଶ୍ଵେତପଦ୍ମାସନା ତୁମେ ହଂସବାହିନୀ

କାବ୍ୟକଳା ଠାକୁରାଣୀ କବିଜନନୀ

ପାଦପଦ୍ମ ଶୋହୁଅଛି ଦିବ୍ଯାଳଙ୍କାରେ

ଦିବ୍ଯ ଶ୍ୱେତ ବସ୍ତ୍ର ଜଡି ଦିଶେ ଅଙ୍ଗରେ ।।

ନିନ୍ଦୁଛି କର୍ପୁର ତନୁକାନ୍ତି ତୁମର

ଗଳେ ଶୋହେ ଗଜମୋତି ମୁକୁତା ହାର

ବଲ୍ଲକୀ ପୁସ୍ତକ ଅକ୍ଷମାଳା କଳସ

ହସ୍ତେ ଶୋଭମାନ ହୃଦେ ଭରେ ପୀୟୂଷ ।।

ଶ୍ୱେତପଦ୍ମାନନା ଶ୍ୱେତପୁଷ୍ପ ଭୂଷଣ 

ଭୂଷିତ ଶରୀରେ ତୁମ ଦିବ୍ଯାଭରଣ

ମସ୍ତକରେ ଶଶଧର କି ଶୋଭମାନ

କୁନ୍ଦପୁଷ୍ପ ଗଳାରେ କରିଛ ଧାରଣ।।

ବିଧି ବିଷ୍ଣୁ ଶଙ୍କରାଦି ଅମରଗଣ

ସଦା ସର୍ବଦା କରନ୍ତି ତୁୁମ ବନ୍ଦନ

ତୁମ କୃପା ବଳେ ହୁଏ ଜଡତା ଦୂର

ଦିବ୍ଯ ଜ୍ଞାନର ପ୍ରକାଶ ହୁଏ ସତ୍ୱର ।।

ମରଣୁ ମୁକତି ମିଳେ ନାମ ଜପରେ

କୁମତି ଧ୍ବଂସ ହୁଅଇ ନିଶ୍ଚେ ଅଚିରେ

ବ୍ରହ୍ମମଣ୍ଡଳବାସିନୀ ବ୍ରହ୍ମାଦୁହିତା ।

ବିଷ୍ଣୁଙ୍କ ଘରଣୀ ଜଗଜ୍ଜନଙ୍କ ହିତା

କୃପା ବହି କୃପାମୟୀ ସୁଦୟା କର

ସଂସାରୁ ହର ମାତା ଜଡ ଅନ୍ଧକାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract