STORYMIRROR

Barsha rani Nanda

Classics Fantasy Others

3  

Barsha rani Nanda

Classics Fantasy Others

ହଁ ମୁଁ ବି ପ୍ରେମ କରିଛି

ହଁ ମୁଁ ବି ପ୍ରେମ କରିଛି

2 mins
176


ସଖୀ ମୋର ପଚାରିଲେ

କୁହ ସଖି ପ୍ରେମ ତୁମେ କରିଛ କି କେବେ

ବିନା ଦ୍ଵନ୍ଦରେ ଦେଲି ମୁଁ ଉତ୍ତର

ହଁ ସଖି ଥରେ ନୁହେଁ କି ନୁହେଁ ଦୁଇଥର

ପ୍ରେମ ମୁଁ କରିଛି ଅନେକ ବାର।

୧. ଇଛା ନଥାଇ ବି ମା ମୋର

ଜୋର୍ ଜବରଦସ୍ତ ଖୁଆଇ ଦିଏ

ତା ପଣତକାନିରେ ମୁହଁ ପୋଛିଦେଇ

କୋଳରେ ତାର ଶୁଆଇ ଦିଏ ।

ଯେଉଁଠି ବି ଥାଏ ମୁଁ

ଖୋଜି ହୁଏ ତା ପଣତକାନିକୁ

ତା କୋଳକୁ,ତା ଲୋରୀକୁ

ମନ ମୋର ସବୁବେଳେ ଚାହେଁ

ବାନ୍ଧି ହେଇରହିଥିବି ତା ପାଖରେ

ମାନି ଚଳିବି ତା କଡାକଡି ନିର୍ଦ୍ଦେଶ କୁ

ହଁ ଭରୁଥିବି ସବୁବେଳେ ତା ଆକଟପଣରେ

ପ୍ରେମ ତ କରିଛି ସଖି ତା ଭିତରେ ଥିବା ମମତାକୁ

ତା ସ୍ନେହବୋଳା ପଣତ କାନି କୁ

ତା ହାତରନ୍ଧା କୁ ଆଉ ତାକୁ

ଇଏ ପ୍ରେମ ନୁହେଁ ଆଉ କ'ଣ ହେଇପାରେ

କୁହ ସଖି ମୋ ମାଠୁ ବଡ଼ ପ୍ରେମୀ କ'ଣ ଅଛି ଏ ସଂସାରେ

୨. ସଂସାର କୁ ଚଲାନ୍ତି ଯିଏ

ଯାହାର ନିର୍ଦ୍ଦେଶନାରେ ଦୁନିଆ ଆତଯାତ

ସିଏ ପରା ଜଗନ୍ନାଥ

ସମସ୍ତଙ୍କୁ ସିଏ ଭଲପାଆନ୍ତି ବୋଲି ତ

ଯାହା ପାଇଁ ଯାହା ଯୋଗେଇ ଦିଅନ୍ତି

ସିଏ ପରା ଏ ଦୁନିଆର ମାଲିକ।

ହଁ ସଖି ତାଙ୍କୁ ବି କରେ ମୁଁ ପ୍ରେମ

ସିଏ ତ ପ୍ରେମିକ ପ୍ରବର ଏଇ ଦୁନିଆର।

ତାଙ୍କୁ ଭଲପାଏ ବୋଲି ତ ତା ବଦଳରେ ମୁଁ

ଦୁନିଆରେ ବଞ୍ଚିବାର ପାଇଛି ଅଧିକାର

ସଖି ଇଏ କ'ଣ ନୁହେଁ ପ୍ରେମ।

୩. ପ୍ରେମର ମାନେ କ'ଣ ମୁଁ ବୋଧେ ଭଲକି ବୁଝିନି

ଅଜାଣତରେ ଜଣେ ହୃଦୟବାନ୍ ବ୍ୟକ୍ତିକୁ ପ୍ରେମ କରୁଥିଲି

ଭଲପାଇବା ବଦଳରେ ତାଠାରୁ

କିଛି ପାଇବାର ଆଶା କେବେ ମୁଁ ରଖିନି

ପ୍ରେମ କରିବି ତାକୁ କେବେ ପାଖରୁ ଦେଖିନି

ତା ଠାରୁ ମୁଁ ଦୂରେଇ ରଖିଛି ନିଜକୁ

ପ୍ରେମ କରି କାହା ପାଇଁ ଭୁଲିଛି ନିଜ ଖୁସିକୁ

ଏତେ ପରେ ବି ପ୍ରେମର ଅର୍ଥ କ'ଣ

ପଚାରେ ମୋ ମନକୁ

ସିଏ ଖୁସିରେ ରହୁ ବୋଲି

ନିଜ ପ୍ରେମକୁ ତ୍ୟାଗ କରିଥିଲି

ପ୍ରେମ ର ଅର୍ଥ କ'ଣ ହେଇପାରେ ସଖି 

ଥରେ ମତେ କହିବକି ।

୪. ହଁ ପ୍ରେମ ମୁଁ କରିଛି ସଖି

ଭାଇର ଚଗଲାମିକୁ

ବାପା ଙ୍କ ଧର୍ଯ୍ୟ କୁ

ମା'ର ମମତା କୁ ତା ହାତରନ୍ଧା କୁ

ଛୋଟ ଛୁଆଟିର ହସକୁ

ମା କୋଳକୁ ଯାଉଥିବା ରକ୍ତିମ ସୂର୍ଯ୍ୟକୁ

ପୂର୍ଣ୍ଣମୀ ରାତିର ଜହ୍ନକୁ

ମୋ ସାଙ୍ଗସାଥୀ କୁ

ପରିଶେଷରେ କହିବି ଭଲପାଏ ମୁଁ ମୋ ଜୀବନକୁ

ମୋ ମୋବାଇଲ୍ କୁ ବି କରେ ମୁଁ ପ୍ରେମ

ସେଥିପାଇଁ ତ ଘଡ଼ିଏ ମୋଠାରୁ ତାକୁ କରେନି ଦୂର

ମୁଁ ତୁମକୁ ବି ସଖି ପ୍ରେମ କରେ

କିନ୍ତୁ ଆଜି ଯାଏଁ ବୁଝିନି ମୁଁ

ବିଶ୍ଵାସ,ଭରଷା,ତ୍ୟାଗ ଠୁ ଅଧିକା

ପ୍ରେମର ମାନେ ଆଉ କ'ଣ ହେଇପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics