Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

2  

Dr Jharana Satapathy

Inspirational

ହଜିଯାଉଛି ଭାଇଚାରା ଭାଵ

ହଜିଯାଉଛି ଭାଇଚାରା ଭାଵ

1 min
332



ଈଶ୍ୱର ଅଟନ୍ତି ଏକ ଏବଂ ନିରାକାର 

ତଥାପି, ଜାତି, ଧର୍ମକୁ ନେଇ 

ଏତେ ଭିନ୍ନ ବିଚାର ?

ଧର୍ମକୁ ନେଇ ଚାଲିଛି କେତେ ଶତ୍ରୁତା 

ମଣିଷ ମଣିଷ ଭିତରେ କାହିଁ ତିକ୍ତତା

ମନ ଭିତରେ ବୁଝାମଣାର ଅଭାବ

ବଢିଚାଲିଛି ଜାତିଆଣର ଭାଵ

ଭାଇଚାରା ଭାବ ଯାଉଛି ହଜି

ଏ ମଣିଷ ବିଶ୍ବାସଘାତକତା

କରୁଛି ଆତଙ୍କବାଦୀ ସାଜି

ଗର୍ବ ଅହଂକାର ମନରେ ପଶୁଛି

ନିଜ ସ୍ୱାର୍ଥକୁ ଜାଳିପୋଡି ନଷ୍ଟ କରୁଛି

ସହିବାର ସେ ତ ସବୁ ସୀମା ଟପୁଛି

ଶାନ୍ତି,ମୈତ୍ରୀ ପ୍ରୀତି ସବୁ ଭୁଲିଯାଉଛି

ପାଚେରି ଉଠୁଛି ଭାଇ ଭାଇ ଭିତରେ

ତିକ୍ତତା ଚାଲୁଛି ସେ ତ ପରସ୍ପର ମଧ୍ୟରେ

ସାମାନ୍ୟ କଳହରୁ ବଡ ବଚସା 

ପରସ୍ପର ମଧ୍ୟରେ ମନରେ ରାଗରୁଷା

ମନରେ ଚାଲୁଛି କୋଳାହଳ ଭାବ

କାହିଁକି ଆସୁଛି ସତରେ ଏ ମନୋଭାବ

ମଜଭୁତ ହେଉ ଏ ସଂପର୍କର ବନ୍ଧୁତାର ଭାବ 

ମନରେ କ୍ରୋଧ, ହିଂସାକୁ ନେଇ କାହିଁ ଏତେ ଗର୍ବ।





Rate this content
Log in

Similar oriya poem from Inspirational