STORYMIRROR

jyotsna mayee panda

Abstract

4  

jyotsna mayee panda

Abstract

ହଜିଲା ଦିନ ର ସ୍ମୃତି

ହଜିଲା ଦିନ ର ସ୍ମୃତି

1 min
198

ଆଖି ଝରକା ରେ ଭାସି ଆସେ ଆଜି

ସେଇ ଅତୀତ ର ସ୍ମୃତି

ଆଷାଢ଼ ଛିଟା ରେ ଆଖି ଭିଜିଯାଏ

ନିଆରା ସେ ଅନୁଭୂତି ll

ସ୍ମୃତି ହୋଇ ପୁଣି ସେଇ ପିଲାଦିନ

ଆଖି କୋଣେ ଯାଏ ଭାସି

କୁହୁକ କାହାଣୀ ଆଇ ଙ୍କ ଚାହାଣି

ଅଜା ଙ୍କ ପାକୁଆ ପାଟି ll

ବାବା ଙ୍କ ଆକଟ ମା ର ପଣତ

ନାହିଁ ଆଉ ଜୀବନ ରେ

ଝୁରୁଛି ମୁଁଖାଲି ହୃଦ ଅଗଣା ରେ

ଫେରି କି ଆସିବ ଥରେ ll

ନାଲି ଟୁକୁ ଟୁକୁ ସାଧବ ବୋହୁ ଟି

ଲାଜ ରେ ଯାଏ ଝାଉଁଳି

ନିଜ ହାତେ ତାକୁ ତୋଳି ଆଣି ପୁଣି

ସ୍ନେହ ରେ ଦିଏଁ ସାଉଁଲି ll

କେତେ ଖୁସି ଲାଗେ ଗାଁ ଦାଣ୍ଡେ ପୁଣି

ଭସାଇ କାଗଜ ଡ଼ଙ୍ଗା

ପ୍ରଖର ସୁଅ ରେ ଡ଼ଙ୍ଗା ଭାସିଯାଏ

ପଛରେ ଯିବା କି ମଜା ll

ଶ୍ରାବଣ ର ସେଇ ବରଷା ପାଣିରେ

ଭିଜିବାରେ ଯେଉଁ ମଜା

ମା ଆକଟ କୁ ଖାତିର ନାହିଁ ତ

ବାବାଙ୍କ ଠୁ ମିଳେ ସଜା ll

ଗାଁ ନଈ ର ସେ ଗୋଳିଆ ପାଣି ବି

ଦିଏ କେତେ ଖୁସି ଭରି

ଉଛୁଳା ନଈ ରେ କେଡେ ଖୁସି ପୁଣି

ପାଣି ରେ ନିଜେ ପହଁରି ll

ମା ଗାଳି ପଡେ ଘର କୁ ଆସିଲ

ଭୋଗିବାକୁ ହୁଏ ସଜା

ତଥାପି ସେ ମନ ଅମାନିଆ ପରା

ମାନେ ନା ସେଇ ଆକଟ

ସାଙ୍ଗ ସାଥି ମେଳେ କେତେ ଖୁସି ମିଳେ

ମିଳେ ପଛେ ପୁଣି ଛାଟ ll



Rate this content
Log in

Similar oriya poem from Abstract