STORYMIRROR

Debabrata Jena

Tragedy

2  

Debabrata Jena

Tragedy

ହଜିଛି ଶରତ

ହଜିଛି ଶରତ

1 min
13.8K



ଶରତ ହଜିଛି ମରତରେ ଆଜି

କାନ୍ଦୁଛି ପ୍ରକୃତି ରାଣୀ

ବାରିଦ ଅକାଳେ ଝରୁଛି ମୂଷଳେ

ସତ୍ୟ ଯେ ମାଳିକା ବାଣୀ ।।

ସମାଜରେ ଆଜ ହଜିଛି ମଉଜ

ନାହିଁ ଵି ସେବର ଶାନ୍ତି

ରୁଗ୍ଣ ଚିନ୍ତାଧାରା ନାହିଁ ଭାଇଚାରା

ନାହିଁ ପରିବାରେ ପ୍ରୀତି ।।

ଘୋର କଳିକାଳେ ପର ଅମଙ୍ଗଳେ

ସର୍ବେ ଦେଉଛନ୍ତି ଝାସ

ଦେଶର ବିକାଶେ ନ କରି ପ୍ରୟାସେ

ସ୍ୱାର୍ଥ ଖୋଜେ ଏ ମଣିଷ ।।

ଗାଁରୁ ସହର ଯୁବରୁ ସ୍ଥବିର

ନିଜ ସଂସ୍କୃତିକୁ ଭୁଲି

ଅପସଂସ୍କୃତିର କରନ୍ତି ପ୍ରଚାର

ମାନବପଣିଆ ଜାଳି ।।

ହେ ସିଂହବାହିନୀ ଦୁର୍ଗତିନାଶିନୀ

ଅଵତରି ଧରାଧାମେ

ଢାଳିଦିଅ କୃପା ସ୍ନେହ ଓ ସଦିଚ୍ଛା

ଧ୍ବଜା ଉଡୁ ତୁମ୍ଭ ନାମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy