STORYMIRROR

Lokanath Rath

Tragedy

3  

Lokanath Rath

Tragedy

ହିସାବ ନିକାଶ

ହିସାବ ନିକାଶ

1 min
281

ଆଜିର ଏହି ନବ୍ୟ ସଭ୍ୟ ଶିକ୍ଷିତ ସମାଜକୁ ଦେଖ

   କହେ ସିଏ ସଭ୍ୟ, ନୂତନ ସାବ୍ୟତାର, 

ଆଭିଜାତ୍ୟର ଓଢଣୀ ଢାଙ୍କିଛି, ନିଜ ଢଙ୍ଗ ରଙ୍ଗକୁ ସିଏ

   ଭୁଲିଛି ନିଜ ସମ୍ପର୍କର ଶୁଦ୍ଧ ସଂସ୍କାର |


ସେହି ମିଥ୍ୟା ଆଭିଜାତ୍ୟର ବାହାନାରେ କେତେ ଛଳନା କରଇ

   ବଝିବାକୁ ହୁଏ ବଡ କାଠିକର ପାଠ, 

ଗର୍ବ ଅହଙ୍କାର ମାୟାଜାଲରେ ଦେଖ, ସିଏ ବାନ୍ଧିବାକୁ ଚାହେଁ

    ଭାଙ୍ଗି ପରିବାରର କଡ଼ି ବରଗା କାଠ |


ଯେଉଁ ପରିବାର ହୋଇଥିଲା ଗଢା ଗୋଟିଏ ଛାତର ତଳେ

    ବାନ୍ଧିହୋଇ ସମ୍ପର୍କର ସୁନ୍ଦର ମମତା ଡୋରିରେ, 

ଆଜି କପଟ କରି ମଣିଷ କେତେ ବାହାନା ଦେଖାଏ

    ଭାଙ୍ଗିଦିଏ ଛାତ, କାଟିଦେଇ ସମ୍ପର୍କ ଖୁସିରେ |


କର୍ତ୍ତବ୍ୟର ଆଜି ଖୋଲା ବଜାରରେ ଦେଖ ନିଲାମ ହେଉଛି

    ହିସାବ ମାଗୁଛି ଛାତି ଫୁଲାଇ ଅଧିକାର, 

ଲଜ୍ଜ୍ୟାରେ ବୁଡି କିନ୍ତୁ, କର୍ତ୍ତବ୍ୟ କହୁଛି ଲୁଚି ଲୁଚି

    କରିଯାଅ କର୍ମ, ଚାଲି ମାର୍ଗ ସତ୍ୟ ଧର୍ମର |


ଅଧିକାର କିନ୍ତୁ ଆଜି ଦେଖେ ବଡ ବଡ ଆଖିରେ

    ହୋଇଛି ସିଏ ଏବେ ଶ୍ରେଷ୍ଠ ସ୍ୱାର୍ଥପର, 

ନିୟମ କାନୁନର ଓଲଟା ରାସ୍ତାରେ ଚାଲୁଛି ଏବେ ସିଏ

    ବୁଝୁନି କିଛି ଅର୍ଥ ପାପ ପୁଣ୍ୟର |


ସନ୍ତାନ କରେ ଆଜି ହିସାବ ନିକାଶ ମାତାପିତାଙ୍କ ଦାୟିତ୍ୱର

     ଭୁଲିଯାଏ, ସେମାନେ ଅଟନ୍ତି ସୃଷ୍ଟିକର୍ତ୍ତା ତାହାର, 

ଭାଇ ଭାଇ ମଧ୍ୟେ କଳହ ଲଗୁଛି ସମ୍ପତ୍ତିର ପାଇଁ

     ଫାଟ ପଡୁଛି ସମ୍ପର୍କରେ ଏବେ ଭାଇଭଉଣୀଙ୍କର |


ସେତିକିରେ ଭରୁନାହିଁ ଆଶା, ଅର୍ଥ ପିପାସୁ ହୁଏ ମଣିଷ

     ପତିପତ୍ନୀ ମଧ୍ୟେ ହୁଏ ହିସାବ ନିକାଶ, 

ଦେବା ନେବା, କରି କରାଇବା, ଜ୍ଞାନ ଶିକ୍ଷାକୁ ନେଇ

      ଗର୍ବ ଅହଙ୍କାର କରେ ସବୁ ସର୍ବନାଶ |


ସାତ ଜନ୍ମର ସାଥି ହେବା ପାଇଁ ଦେଇ ବଚନ

     ସାତ ଦିନରେ ଭୁଲନ୍ତି ସବୁ କିଛି, 

ମିଥ୍ୟା ମାନ ଅଭିମାନ, ମାୟା ମିରିଗ ପଛରେ ଦଉଡନ୍ତି

     ଅନ୍ଧ ହୋଇ ଦେଖି ପାରନ୍ତିନି କିଛି |


ହିସାବ ନିକାଶର ମଦିରା ପିଇ ସବୁ, ହୁଅନ୍ତି ମାତାଲ

    ରାଜାପରି ଠାଣି ଦେଖାଇ ସମାଜେ ବୁଲନ୍ତି, 

ତାଙ୍କ ପରିବାର କଳହ, କେତେ କେତେ ସଂସାର ଭାଙ୍ଗୁଛି

     ବୁଝି ସବୁ ପୁଣି ନାଟକ କରନ୍ତି |


ଏବେ ଜାଗ୍ରତ ହୋଇ, ସମାଜକୁ କରିବାକୁ ହେବ ଠିକ

    ହିସାବ ନିକାଶର ନିଶାକୁ ଶେଷ କରିଦେଇ, 

ଯୋଡି ରଖିବାକୁ ହେବ ସଭିଙ୍କୁ, ମମତା ବନ୍ଧନ ଡୋରିରେ

    ତେବେ ଗର୍ବ କରିବା ସଂସ୍କାରକୁ ନେଇ |



Rate this content
Log in

Similar oriya poem from Tragedy