ହିରୋ
ହିରୋ
ନ୍ୟାୟ-ସ୍ନେହ-ଦୟା-କ୍ଷମା,
ତ୍ୟାଗ-ଶୌର୍ଯ୍ୟ-ବୀରତ୍ବ-ଗାରିମା ।
କର୍ମନିଷ୍ଠ-ପ୍ରେମ-ଭକ୍ତି,
ଦେଶପ୍ରେମୀ ହୃଦୟରେ ଶକ୍ତି ।
ସତ୍ୟ-ଧର୍ମ-ଧୈର୍ଯ୍ୟ-ପ୍ରୀତି,
ନିଷ୍ଠାପର ଅହିଂସାରେ ବ୍ରତୀ ।
ପର ଉପକାରେ ବୀର,
ବୁଦ୍ଧି-ଜ୍ଞାନ-ବିବେକ ପ୍ରଖର ।
ଏକାଗ୍ରତା କୋମଳତା,
ମର୍ଯ୍ୟାଦା ପୁରୁଷ ଶାଳୀନତା ।
ନିଃସ୍ୱାର୍ଥପରତା ପ୍ରିୟ,
ସାଥେ ବୀରତ୍ବର ପରିଚୟ ।
ନୁହେଁ ଭୀରୁ-କାପୁରୁଷ,
ହୃଦେ ତାର ପୂରିତ ପୀୟୂଷ ।
ହିରୋ ସିଏ ଦୁନିଆଁରେ,
ଅଭିନୟେ ନୁହେଁ ବାସ୍ତବରେ ।