STORYMIRROR

MADHU MITA

Classics Inspirational Thriller

4  

MADHU MITA

Classics Inspirational Thriller

ହୀମାଗମନ

ହୀମାଗମନ

1 min
212


ଲୁଚି ଲୁଚି ସେ ଆସିଥିଲା..

ପ୍ରେମିକ ଆଖିର କାମନା ନିଆଁରେ..

ଆଉ ପୁଣି ଧୀରେ ଲୁଚି ଯାଇଥିଲା..

ପ୍ରେମିକାର ଲାଜେଇ ଚାହାଣୀରେ..


ଛପି ଛପି ଦେଖି ଚାଲିଥିଲା..

ନୂଆ ଦାମ୍ପତ୍ୟପ୍ରେମର ଉଷ୍ମତାକୁ..

ହଠାତ୍ ଗରମ୍ ହୋଇଉଠୁଥିଲା ବେଳେ..

ଥଣ୍ଡା ହୋଇଯାଇଥିଲା..ଦେଖି ବୃଦ୍ଧାଶ୍ରମର କାରୁଣ୍ୟକୁ..


ଉଙ୍କି ମାରି ଚାହିଁଥିଲା..

ଗରମ୍ ପାନୀୟର ମାଦକତାକୁ..

ହ୍ୱିସ୍କି ରମ୍ ଆଉ ଚାଖନାମୟ ଛନ୍ଦମୟ ରାତିକୁ..

ଆଉ ଶଙ୍କି ଯାଇଥିଲା..ଦେଖି ରୁଟି ପାଇଁ ଖଟୁଥିବା..

କୋମଳ ଶିଶୁର ଫୁଙ୍ଗୁଳା ଶୈଶବକୁ…


ଆଖି ମଳି ଦେଖୁଥିଲା..

ସୀମାନ୍ତରେ ପ୍ରହରା ଦେଉଥିବା ପ୍ରହରୀକୁ..

ପୁଣି କେଉଁ ବିରହିଣିକୁ..ବିରହୀ ପିତୃତ୍ୱକୁ..

ଅବା ଯୌବନର ..କେଉଁ ନୂତନ ସତ୍ୟ ସନ୍ଧାନକୁ..


ଅନେଇଥିଲା ତା ଆଗମନରେ ଆସିଥିବା..

କିଛି ଅହେତୁକ ଦୁଃଖ ଯାତନାର କାହାଣୀକୁ..

ଆଉ ସୁଖ ସ୍ବପ୍ନ ସମ୍ମିଳିତ..

କିଛି ଅଲୋଡା ଆଲେଖ୍ୟ ଗୀତିପୂର୍ଣ୍ଣ କବିତାକୁ..


ଆଣିଥିଲା ଶୀତ ନିଜ ସହ..

କିଛି ଉଷ୍ମ ପଶମ ମୁଲାୟମ ବସ୍ତ୍ର..

ପୁଣି ତା ହାଡ ଥରି ଯାଇଥିଲା ଛୁଇଁଦେଇ..

ଛିଣ୍ଡା ପଣତର ଲୁଣ୍ଠିତ ଅସ୍ତିତ୍ବ...






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics