STORYMIRROR

puspalata samantary

Tragedy

3  

puspalata samantary

Tragedy

ହେୟ ଜୁପରେ ଜଳିଲି

ହେୟ ଜୁପରେ ଜଳିଲି

1 min
228

ଝିଅ ଜନମ ନେଲି କି ପାଇଁ

ଜଠରରୁ ଜୁଇ ପରିଯନ୍ତେ ମୋର ଯାତନା ତ ଗଲା ନାହିଁ

ଜଠରେ ସଂଚାର ହେବାଦିନୁ ମୋର

ପାଇଁ ଚିନ୍ତିତ ହୋଇଲେ,

ଚିକିତ୍ସାଳୟରେ ଭୃଣଟାକୁ କାଢି

ଅଳିଆରେ ଫିଙ୍ଗି ଦେଲେ ।

ତହିଁରୁ ଉବୁରି ଗଲି ଅବା ଯଦି

ବାଳ ସୁଲଭ ଲଭିଲି,

ଧୂଳି ଖେଳ ବେଳେ କାମନା ଅଗ୍ନି ରେ

ଜଳିପୋଡ଼ି ମରିଗଲି।

ତା ଠାରୁ ମୁକୁଳି ଉପର ଶିଡିରେ

ଯେବେ ମୁଁ ପାଦ ଥାପିଲି,

ମଣିଷ ତିଆରି କାରଖାନା ମଧ୍ୟେ

ମୁଖେ କାଳି ବୋଳି ହେଲି।

ପ୍ରଭୁଙ୍କ ଦୟାରୁ ଉପର ପାହାଚେ

ଯଦି ଉପସ୍ଥିତ ହେଲି

ଜୀବନ ଜୀଇଁବା ପାଇଁ କର୍ମ ସଂସ୍ଥା

ଖୋଜି ସେଠି ପହଞ୍ଚିଲି।

ସେଠାରେ ନିସ୍ତାର ପାରିଲିନି ମୁଁ ଯେ

ବରିଷ୍ଠ ମାନଙ୍କ ଠାରୁ,

ସାହାସ ତୁଟିଲା ଧର୍ଯ୍ୟ ହରାଇଲି

ସବୁ ହେଲା ଶୁଷ୍କ ମରୁ।

ଶୁଣି ମୁଁ ପାରିଲି ମନଲୋଭା ନାରା

ନାରୀ ହେବେ ସୁରକ୍ଷିତ,

ସଭିଏଁ ବଢିବେ,ପଢିବେ ସଭିଏଁ

ନ ହେଲା ଚିତ୍ତ ସଂଶୟ ରହିତ।

ହୋମାଗ୍ନି କୁ ସାକ୍ଷୀ ରଖି ଯାର ହାତ

ଧରି ସଂସାରି ହୋଇଲି,

ଯୌତୁକ ପୂରଣ କରି ନ ପାରି ମୁଁ

ସାତ ପର ହୋଇଗଲି।

ଯୌତୁକ ଜୁଇରେ ନ ଜଳିଲି ଯେବେ

ସନ୍ତାନକୁ ଜନ୍ମ ଦେଲି,

ସନ୍ତାନମାନଙ୍କ ହିସାବ ନିକାସେ

ହେୟ ଜୁପରେ ଜଳିଲି।

ଝିଅ ଜନମ ନେଲି କି ପାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy