ହେତୁବାଦୀ
ହେତୁବାଦୀ
ଓଡ଼ିଶା ରେ ନୂଆ ବାତ୍ୟା ଆସିଅଛି
ହେତୁବାଦୀ ନାମେ ଟି. ଭି ମିଡିଆରେ ।
ବିଜ୍ଞାନବଳରେ ସବୁ ଚାପିଦେବେ
ସୂର୍ଯ୍ୟ, ଚନ୍ଦ୍ର, ଅବା ଆକାଶ।
ଚିକେନ ବିରୀୟାନି ଏତେ ଯେ ପ୍ରିୟ
ମାନେ ନାହିଁ ଧର୍ମ, ଶାସ୍ତ୍ର, ଭଗବାନ ।
ମୋ ଓଡିଶାର ସଭ୍ୟତା, ସଂସ୍କୃତି, ମର୍ଯ୍ୟଦା
ଆଗାମୀ ପିଡୀକୁ ଭ୍ରମ ପାଇଁ ତା ପ୍ରୟାସ।
ଧିକ୍ ରେ ହେତୁବାଦୀ, ଶତ ଧିକ ତତେ
ଭୁଲିଗଲୁ ନିଜ ଓଡ଼ିଶା ର ଗରୀମାକୁ ।
ଦୟନୀୟ ଆଜି ଓଡିଶାବାସୀ
ଡେଇଁଲ ସକଳ ସୀମା।
ମନ୍ଦିର ମାଳିନୀ ମୋହରି ଓଡ଼ିଶା
ପୁଣି କେତେ ୠଷି, ମୁନି ।
ଓଡ଼ିଆ ଜାତି ର ଗୌରବ ସମ୍ମାନ
ସେ ହେଉ ପ୍ରଥମ କର୍ମ ।
ବିଜ୍ଞାନ କୁ ନଦିଅ ଦୁହାଇ
ବୁଝିଯାଅ ଜାତି ମର୍ମ।
ସ୍ଵାଭିମାନ ତୋର ମାଟିରେ ସଡୁଛି
ଦିଗଭ୍ରଷ୍ଟ ହେଉଅଛି ଜିଭା ଲୋଭରେ।
ସୂର୍ଯ୍ୟପରାଗ, ଚନ୍ଦ୍ର ଗ୍ରହଣକୁ ନମାନି
ଖାଇବ ସେଥିରେ କରି ବିରିୟାନି ପାଟି ।
ରାଜଗୁରୁଙ୍କ କାଳଜୟୀ ଯଶ
ପଡୁନାହିଁ କି ତୋ ମନେ ।
ଦାସେ, ଆପଣଙ୍କ ସ୍ଵରାଜ ପୀରତି
ନାହିଁ କି ତୋ ସ୍ମରଣେ ।
 
; ଓଡ଼ିଆଜାତିର ରଖିଥିଲେ ଟେକ ମଧୁବାରିଷ୍ଟର
ହେତୁବାଦୀ ତୁମେ ଓଡ଼ିଶା କୁ କରିଦେଲ ଛାରଖାର।
ମୋ ଜଗନ୍ନାଥଧାମ ବିଶ୍ଵ ରେ ବିଖ୍ୟାତ
ବିଶ୍ୱେ ଦେଖାଇବେ ଅଙ୍ଗୁଳି ।
ଉଠରେ ଉଠରେଉତ୍କଳବାସୀ
ହେତୁବା ଦୀ ନସାଜି ଉଚ୍ଚକର ନିଜ ସଭ୍ୟତା ସଂସ୍କୃତି।
ସମ୍ମୋ ହନରୁ ବାହାରି ଆସ ହେତୁବାଦୀ
ସୃଷ୍ଟି କର୍ତ୍ତାର କ୍ରୋଧ ରେ ଭାସି ଯିବାରେ ତୁମେ।
ମନେ ପକା ସେଇ ପୁରୁଣା ଦିନକୁ
କାହିଁଗଲାସାତ ସାଧବପୁଅଙ୍କ
ସମୁଦ୍ରେ ବୋଇତ ଯାତ।
ବେପାର ବାଣିଜେ ସମୃଦ୍ଧ କଲେ
ଉଡାଇ ଉତ୍କଳ ନେତ ।
ଘୃଣାର ବିଷ ପିଇ ସଞ୍ଚାରିତ କର ପ୍ରେମର ଅମୃତ
ମଣିଷପଣିଆ ଆମ ଲେଉଟିବ ଯେଉଁଦିନ
ଆମେ ସନତାନି ବହୁଯୁଗରୁ
ସୂର୍ଯ୍ୟ ଚନ୍ଦ୍ର ଆମପାଇଁ ଜିଅନ୍ତା ଦେବତା ।
ବିଜ୍ଞାନ ବଳରେ ଅସାଧ୍ୟ ଜିନିଷ ସାଧ୍ୟହୋଇ ଅଛି
କିନ୍ତୁ ନକର ତୁମେ ଧର୍ମ,ସଂସ୍କୃତି, ପରମ୍ପରା ଉପହାସ
ମୃତ୍ୟୁକୁ କଣ ବିଜ୍ଞାନ ବଳରେ ପାରିବକି ତମେ ଜିତି ।
ଆମେ ଓଡ଼ିଆ ଭାରି ବଢିଆ।
ନିଜ ଭିତରେ ନକରି କଳି।
ମିଳି ମିଶି ଆମେ ଚଳିବା।