STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ହେଲେ ଆସିବାର ବେଳ

ହେଲେ ଆସିବାର ବେଳ

1 min
388

     କେତେବେଳେ ସତେ ଆସିବ ସକାଳ

         ସୂରୁଯ ରହିଛି ଚାହିଁ

     ଜୀବଜଗତକୁ ଆଲୋକ ଦେବାକୁ

          ଆସିବ ସେ ବେଗେ ଧାଇଁ ।। 


     କେତେବେଳେ ସତେ ଆସିବ ଗ୍ରୀଷମ

         ପାଦପ ରହିଛି ଚାହିଁ

     ବାଟୋଇ ପାଇଁକି ଦେବ ସେ ପରଶି

         ତା'ର ସୁଶୀତଳ ଛାଇ ।। 


     କେତେବେଳେ ସତେ ଆସିବ ଆଷାଢ଼

         ବାରିଦ ରହିଛି ଚାହିଁ

     ଝରିବ ହୋଇ ସେ ଝରଝର ଯିବ

         ସାରା ଆକାଶରେ ଛାଇ ।। 


     କେତେବେଳେ ସତେ ଆସିବ ଶରତ

         ଶେଫାଳି ରହିଛି ଚାହିଁ

     ରାତି ହେଲେ ଫୁଟି ମିଠା ବାସ ଆଣି

         ଦେବ ସେ ସଭିଙ୍କ ପାଇଁ। ।। 


     କେତେବେଳେ ସତେ ଆସିବ ହେମନ୍ତ

         ଶିଶିର ରହିଛି ଚାହିଁ

     ପଡିବ ସେ ଖସି ଘାସରେ ପତରେ

         ହେମାଳ ପରଶ ପାଇ ।। 


     କେତେବେଳେ ସତେ ଆସିବ ପଉଷ 

         ଫସଲ ରହିଛି ଚାହିଁ

     ଆସିବ ସେ ଉଠି ଚାଷୀର କ୍ଷେତରୁ 

         ଖଳାରେ ରହିବା ପାଇଁ ।। 


     କେତେବେଳେ ସତେ ଆସିବ ମଳୟ

         କୋଇଲି ରହିଛି ଚାହିଁ

     ଗାଇବ ସେ ଗୀତ ଆଉ କିଛି କଥା

          ମନରେ ତାହାର ନାହିଁ ।। 


     ଚାହିଁ ରହିବାର ସମୟଟି ସରେ

          ହେଲେ ଆସିବାର ବେଳ

     ଆସିଗଲେ କେହି ଖେଳିଯାଏ ଖୁସି

          ଭଲ ଜମିଯାଏ ମେଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational