STORYMIRROR

Bhabani charan Mishra

Romance Tragedy

2  

Bhabani charan Mishra

Romance Tragedy

ହେଇ..ଶନୋ..ଶୁନୋ..

ହେଇ..ଶନୋ..ଶୁନୋ..

1 min
2.5K


କାଲି କଥା ପରା କାଲିଠୁ ଗଲାଣି

ଆଜି କାହିଁ ଏତେ ଡର..?

ଏଇ କଥା ଶୁଣି ଯୁଗଟେ ଗଲାଣି..

ମନେ ପଡ ପ୍ରିୟ ମୋର..??

ଯୋଉ ପ୍ରେମ ମୋତେ କଳଙ୍କ

ବୋଳିଲା ତୁମକୁ ଦେଲା ସିନ୍ଦୂର..।

ଭଲ ପାଇ ତୁମେ ଭୁଲିଗଲ

ମୁଁ ହେଇଗଲି ଲୁହ ଧାର..??

ତୁମ ମନ ଆଜି ଫୁଲର ବଗିଚା

ମୋ ମନ ଜୁଇ ଅଙ୍ଗାର..।

ଯନ୍ତ୍ରଣାର ଶେଜ ଲାଗିଲାଣି ସଜ

ଅଭ୍ୟାସ ହେଲାଣି ମୋର..॥

କେବେ ତୁମେ କାନ୍ଦ କେବେ ତୁମେ ହସ..

ଅଭିନୟ ଚମତ୍କାର..।

ଅଚିହ୍ନା ଆଖିରେ କେବେ ଚାହଁ

କେବେ କାନ୍ଦୁଥାଅ ଝର ଝର..॥

ଏକା ଦେଖା ହେଲେ କୋଳେଇ ପଚାର

ଭୁଲିଗଲ ପ୍ରିୟ ମୋର..?

ସିଏ ଯେବେ ତୁମ ସାଙ୍ଗରେ ଥାଆନ୍ତି

ପଚାର ତ ନାଆଁ ମୋର..॥

ଅଚିହ୍ନା ଲୋକ ଟେ କହିଦେଇ

ତୁମେ ହେଇଗଲ ସିନା ପର..।

ତାଙ୍କୁ କହିଲ କି ମୋତେ କହୁଥିଲ

ସନ୍ଦେହ ରହିଛି ମୋର ..॥

ବିଧାତା ନ ଜାଣେ ନାରୀ କୁ ଯୋଉଠି

ସତରେ ସିଏ କି ଛାର..?

ତୁମକୁ ତୁମଠୁ ବେଶି ଜାଣେ କଣ

ବାକି ଅଛି ଜାଣିବାର..??

ଏ କେମିତି ସତେ ସପନ ଦେଖିଲି

ସରୁନି ସପନ ମୋର..।

କିଏ ଜଣିଥିଲା ସପନର ଫୁଲ

ହେବ ମୋ ଫୋଟରେ ହାର..।॥।॥॥

***********

ହା..ହା..ହା..

॥ ଜୟ ଜଗନ୍ନାଥ ॥

bhabani charan m8shra.

mohana ( gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance