ହେବି ତୋ...
ହେବି ତୋ...
ହେବି ତୋ...
ଭ୍ରୂଲତା ମଝିରେ
ଜହ୍ନର ବିନ୍ଦି..
ହେବି ତୋ...
ଆଖିର ତଳକୁ
ଅସରାଏ ସ୍ବପ୍ନ..
ହେବି ତୋ...
ରାଧିକା ପଣକୁ
ଶ୍ୟାମଳ ପ୍ରେମିକ..
ହେବି ତୋ..
ମନ ମନ୍ଦିରରେ
ପ୍ରେମ ପୂଜାରୀ..
ହେବି ତୋ...
ପ୍ରେମ କାହାଣୀର
ପ୍ରେମିକ ପ୍ରବର..
ହେବି ତୋ...
ଗୋଧୂଳି ବେଳାର
କଦମ୍ବିତ ସଂଜ..
ହେବି ତୋ...
ହରିଣୀ ଆଖିର
କଜଳ ଗାର..
ହେବି ତୋ...
ମନ ଗହନରେ
ଆନମନା ଭାବୁକ..
ହେବି ତୋ...
ହୃଦୟ କନ୍ଦରେ
ଅଜଣା ପୁଲକ..
ହେବି ତୋ...
ପ୍ରେମ ଇଲାକାରେ
ପ୍ରେମ ପକ୍ଷୀଟିଏ..

