STORYMIRROR

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ହେବି ମୁଁ ମଣିଷଟିଏ

ହେବି ମୁଁ ମଣିଷଟିଏ

1 min
400


 ଶବ୍ଦରୁ ସୃଜନ-12. ଜନ୍ମଦିନ :


ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢାଟିଏ,

ଆଉ କିଏ କହେ-ରହିଥିବୁ ହେଇ ଆକାଶର ଜହ୍ନଟିଏ ।


ଅଜା-ଆଈ ମୋତେ କହନ୍ତି-ନରମ ଫୁଲ ପରି ହେଇଥିବୁ, 

ଜେଜେମା' କହନ୍ତି-ପରୀ ରାଇଜର ରାଜକୁମାର ହୋଇବୁ ।

ବାପା କହୁଛନ୍ତି-ବଡ଼ ହେଇଗଲେ ମଙ୍ଗଳକୁ ଯିବ ସିଏ ।

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢାଟିଏ । (1)


ମାଆ କହେ- ତୁହି କୁଆଡ଼େ ଯିବୁନି ହଜେଇବୁ ନାହିଁ ମନ,

ବଡ଼ ହେଇଗଲେ ନିଜ ବୁଦ୍ଧିବଳେ ବଢାଇବୁ ଦେଶ ମାନ ।

ସାଙ୍ଗ-ସାଥୀ ମୋର କହୁଛନ୍ତି-ତୁହି ହେଇଯିବୁ ହୀରୋଟିଏ ।

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢାଟିଏ । (2)


ପ୍ରଜାପତି ପରି ଉଡ଼ିବି ଆକାଶେ ନାଚିବି ମୟୂର ପରି,

ଗାଉଥିବି ଗୀତ ମନକହେ ମୋର ସୁର ଲୟ ତାଳ ଧରି ।

ବାପା-ମାଆ ପାଦେ ରଖିଥିବି ମଥ ହେବି ମୁଁ ମଣିଷଟିଏ ।

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢାଟିଏ । (3)



Rate this content
Log in

Similar oriya poem from Inspirational