ହେବି ଦେବଦାସୀ
ହେବି ଦେବଦାସୀ
କଳା-ପ୍ରିୟ କାଳିଆ ସାଆନ୍ତ ଶୁଣ ମୋ ଗୁହାରି
ଏ ଜିବନ ବିତି-ଯାଉ, ନିତି ତୁମ ସେବା କରି
ସମର୍ପଣ ଭାବ ପାଇଁ କରୁଅଛି ନିବେଦନ
ଦେବଦାସୀ ହୋଇ ନାଚିବାକୁ ଚାହୁଁଛି ଏ ମନ।
ଏ ମୋହ ମାୟା ସଂସାରରେ ଲାଗୁନାହିଁ ମନ
ଦେବଦାସୀ ଭାବେ ମୋତେ କରନ୍ତୁ ଗ୍ରହଣ।
ଗୀତଗୋବିନ୍ଦ ପଦ ସହ ବାଦ୍ୟ ତାଳେ ତାଳେ
ନାଚିବି,ତୁମ ଆଗରେ ତୁମେ ନିଦ୍ରା ଯିବା ବେଳେ।
ନର୍ତ୍ତକୀ ବେଶରେ ନିଜେ ନିଜକୁ ସଜାଇ ରଖିଛି
ଖୋଷା ରେ ମଲ୍ଲୀ ମାଳ,ପାଦରେ ଘୁଙ୍ଗୁର ବାନ୍ଧିଛି।
ଦାସୀ କରି ରଖ ମୋତେ ହେ କଳାଠାକୁର
ଏ ତନ ମନ ହୃଦୟ ସବୁକିଛି ହିଁ ତୁମର।
ତୁମକୁ ହିଁ ମୋ ହୃଦୟରେ ଦେଇଅଛି ସ୍ଥାନ
ତୁମ ବିନା ଲୋଡା ନାହିଁ ଅନ୍ୟ ଅପଦାର୍ଥ ମାନ।
ଶରଣ ପଞ୍ଜର ତୁମେ ଅଗତିର ଗତି
ଏ ମର ଶରୀର ରୁ କର ମୋତେ ମୁକ୍ତି।
ଦେବଦାସୀ ହୋଇ ନାଚିବାକୁ କରିଛି ଶପଥ
ଶୟନେ ସପନେ ଜାଗରଣେ ତୁମେ ହିଁ ମୋ ନାଥ।
ଏ ଦାସୀ କରୁଛି ଜଣାଣ ତୁମ ପାଦ ତଳେ ରଖ
ନାଚ କରି, ତୁମ ମନ ଜିଣି ଜୀବନ ହେଉ ସାର୍ଥକ।
