ହେବାନି ଜଟିଳ
ହେବାନି ଜଟିଳ
ଏଇ ସ°ସାରଟା ରଙ୍ଗମଞ୍ଚ ପରି
ଜୀବନ ନାଟକ ଅଢେଇ ଦିନ
ଅଭିନୟ ସାରି ବାହୁଡିବେ ସର୍ବେ
କେବଳ ସମୟ ହିଁ ମୂଲ୍ୟବାନ ।
ଯିବେ ନାହିଁ ସାଥେ ପ୍ରିୟ ପରିଜନ
ଅର୍ଜିତ ଆପଣା ଧନ ସମ୍ପଦ
ଯେତେ ମାୟାମୋହ ଗର୍ବ ଅହଙ୍କାର
ବୃଥା ବଡ଼ପଣ କ୍ଷମତା ପଦ ।
ବଡ଼ବଡ଼ କୋଠା ତଳ ବହୁତଳ
ପ୍ରଭୁତ୍ୱ ପଣିଆ ଗାଡି ଓ ଘୋଡା
ଯେତେ ଚାକଚକ୍ୟ ଫନ୍ଦି ଓ ଫିକର
ଛଳ ପ୍ରବଞ୍ଚନା ପାପ ଅଲୋଡା ।
ରହିଯାଏ ଯଶ ଗୁଣ ଆଦରଶ
ଏକା ନିଷ୍କପଟ ମଣିଷ ପଣ
ହେବାନି ଜଟିଳ ମୂଲ୍ୟବୋଧ ଉଚ୍ଚେ
ଅରଜିବା ଆସ ଜୀବନେ ପୁଣ୍ୟ ।
