STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ହେ ଯୀଶୁ

ହେ ଯୀଶୁ

1 min
268

ଏ ଶୁଭ ଲଗନେ ମରତ ଭୁବନେ

ପ୍ରକୃତି ହୁଏ ଅଧିର

ହେ ମହାପୁରୁଷ ଜନ୍ମି କଲ ତୋଷ

ବିଶ୍ବ ଆନନ୍ଦ ମୁଖର।

ହର୍ଷେ ଦେବଦୂତ କରିଲେ ବିଦିତ

ଯୀଶୁଙ୍କ ଅବତରଣ

ବଡ଼ଦିନ ନାମେ ପାଳିତ ଜଗତେ

ତାଙ୍କ ଶୁଭ ଜନ୍ମଦିନ।

ସାରା ଜଗତରେ ଭାତୃତ୍ବ ଭାବର

ଦେଖାଇଲ ନୂଆ ରାହା

କେହି ନୁହେଁ ପର ସର୍ବେ ଆପଣାର

ବିପଦେ ହୋଇବା ସାହା।

ମାଟି ମାଆର ଏ ସନ୍ତାନ ସରବେ

ଉପାସ ରହିଲେ କେହି

ନୟନୁ ତାହାର ଲୋତକର ଧାର

ବହିଯାଏ ନଈ ହୋଇ।

ପାଣି ସହ ପାଣି ଯିଏ ପାରେ ଛନ୍ଦି

ଗାଇ ଏକତାର ମନ୍ତ୍ର

ସେହି ଏକା ଲଭେ ଏ ବିଶ୍ୱ ଭୁବନେ

ମୁକତିର ଚାରୁ ତନ୍ତ୍ର।

ସାରା ଜଗତର ମଙ୍ଗଳ ବିଧାନ

କଲ,ବରି ମୃତ୍ୟୁ କୋଳ

ପ୍ରକୃତିର ତୁମେ ହେଲ ବରପୁତ୍ର

ହାରିଯାଏ ଦେଖି କାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract