ହେ ସମୟ , ତୁମକୁ ସମ୍ମାନ !
ହେ ସମୟ , ତୁମକୁ ସମ୍ମାନ !
ସମୟକୁ ଚାହିଁ ବି ହୁଏନି
ବାନ୍ଧିବାକୁ ନିଜ ଇଚ୍ଛା ମତେ ।
ବହିଯାଏ ଆପଣା ପଥରେ
ଅତିକ୍ରମି ଝଡ ଝଞ୍ଜା କେତେ ।
ବଳଵାନ ସମୟ ସୋପାନ
ମଣିଷକୁ କାବୁ କରିନିଏ ।
ଜୀବନର ଆଗୁଆ ଧାରା ରେ
ସମୟ ଯେ ଲମ୍ବି ଲମ୍ବି ଯାଏ ।
କାହାପାଇଁ ସମୟ ମମତା
କାହାପାଇଁ ନିଷ୍ଠୁର ଯାତନା ।
ଆଉ କାହାପାଇଁ ବରଦାନ
କା'ଜୀବନେ ଅବୋଧ ଯନ୍ତ୍ରଣା ।
ସମୟର ରଥ ଚକ ତଳେ
ଜୀବନ ଜିଜ୍ଞାସା ଗଡି ଚାଲେ ।
ସମୟକୁ ସାଥି କରି ନେଇ
ସୁଖମୟ ସଂସାର ଚହଳେ ।
ସମୟ ହିଁ ସୁନାର ସାରଣୀ
ସମୟକୁ ଅଧୀନରେ ରଖି ।
କେହି ନାହିଁ ସେମିତି ମଣିଷ
ଚାଲିଯିବ ଚମକେଇ ଆଖି ।
ସମୟଟା ଦୁର୍ବାର ଦୁର୍ବାସା
ଲଙ୍ଘିପାରେ ଶତଦୃ ସହସ୍ର ।
ବେଳେବେଳେ ମହର୍ଷି ବଶିଷ୍ଠ
ତୋଳି ପାରେ ଆଶ୍ରମ ଅଜସ୍ର ।
ଆସ ବନ୍ଧୁ ହାତ ମିଳେଇବା
ସମୟର ସୁଦୀର୍ଘ ପଥରେ ।
ଆଗେଇବା ଆଗକୁ ଆଗକୁ
ନ ଥିବ ଯେ ଦୁର୍ଦ୍ଧଶା ମନରେ ।
ହେ ସମୟ !ତୁମକୁ ସମ୍ମାନ
ଭରିଦିଅ ସଂସାର ଯୌବନେ ।
ରଙ୍ଗଭରା ଫୁଲ ଫୁଟିଯାଉ
ମଣିଷର ମନ ଉପବନେ ।